ସ୍କୁଲ୍‌ ଯାଇଥିଲା ୬ ବର୍ଷର ଝିଅ, ବନ୍ଦ କୋଠରୀରୁ ବାହାରିଲା ମୃତଦେହ

ଫତେହପୁର: ଶିଶୁମାନଙ୍କୁ ନେଇ ଅପରାଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଦେଶରେ ପ୍ରତିଦିନ ଶିଶୁ ନିଖୋଜ ହେଉଛନ୍ତି ଓ ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି। ନିକଟରେ ଉତ୍ତରପ୍ରଦେଶର ଫତେହପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଘରୁ ବାହାରିଥିବା ଜଣେ ୬ ବର୍ଷୀୟା ବାଳିକାର ପରବର୍ତ୍ତୀ ମୁହୂର୍ତ୍ତରେ ଶବ ଜବତ ହେବା ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣାଟି ହେଉଛି କଲ୍ୟାଣପୁରର ‌ଦୌଲତପୁର ଗାଁର। ଫତେହପୁରର ଏସ୍‌ପିି ରାଜେଶ ସିଂହ କହିଛନ୍ତି କି ମୃତ ଶିଶୁଙ୍କ ବାପାଙ୍କ କହିବାନୁଯାୟୀ ଶିଶୁଟି ସ୍କୁଲ୍‌ ଯିବା ପାଇଁ ଘରୁ ବାହାରକୁ ବାହାରିଥିଲା। ହେଲେ ଘରୁ ଯାଇଥିଲା ଯେ ଆଉ ଘରକୁୁ ଫେରିଲା ନାହିଁ। ଶିଶୁଟି ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କୁ ସବୁ ଜାଗାରେ ଖୋଜିଲେ ମାତ୍ର ଶିଶୁ ଜଣକ ମିଳିଲେ ନାହିଁ।

ପରିବାର ଲୋକ ଅଭିଯୋଗ ଆଣିବା ପରେ ପୁଲିସ୍‌ ବି ଶିଶୁଟିକୁ ଖୋଜିବା ଆରମ୍ଭ କରିଦେଲା। ବହୁ ଖୋଜାଖୋଜି କରିବା ପରେ ‌ଶେଷରେ ଗାଁର ଏକ ଭଙ୍ଗା କୋଠାରୁ ଶିଶୁଟିର ମୃତଦେହ ପାଇଥିଲା। ମୃତଦେହଟି ଏକ ବୋରାରେ ବନ୍ଧା ହୋଇ ପଡ଼ିଥିଲା। ମୁଣ୍ଡରେ କ୍ଷତ ଚିହ୍ନ ବି ଥିଲା। ଏହା ଏକ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟା ବୋଲି ଅନୁମାନ କରାଯାଉଛି।

ପୁଲିସ୍‌ ମୃତହେଦକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଦୁଷ୍କର୍ମ ପରେ ହତ୍ୟା ମାମଲା ବୋଲି ପୁଲିସ୍‌ ଅନୁମାନ ଲଗାଉଛି। ଡାକ୍ତରୀ ରିପୋର୍ଟ ଆସିବା ପରେ ଏହା ଆହୁରି ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର