ନୋଇଡ଼ା: ଗ୍ରେଟର ନୋଇଡାର ରବୁପୁରା ଥାନା ଅଞ୍ଚଳରେ ଥିବା ପବ୍ଲିକ୍ ସ୍କୁଲ୍ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରେମର କରୁଣ ରୂପ ଏବେ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି। ଅନ୍ୟତ୍ର ବିବାହ ହେଲେ ନିଜ ପ୍ରେମ ବଳି ପଡ଼ିଯିବ ଭାବି ଗୋଟିଏ ସ୍କୁଲ୍ରେ ପଢୁଥିବା ଉୟଭ ଯୁବକ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସ୍କୁଲ୍ ପରିସରରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ଫ୍ୟାନ୍ରେ ଟଙ୍ଗା ହୋଇଥିବା ଦେଖିବାକୁ ମିଳିଛି।
ଖବର ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଉଭୟ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ। ଛାତ୍ର ଜଣଙ୍କର ୧୫ ଦିନ ପରେ ବିବାହ ହେବାକୁ ଥିବାରୁ ସେମାନେ ଆତ୍ମହତ୍ୟା କରିଛନ୍ତି। ଘରଲୋକ ସେମାନଙ୍କ ପ୍ରେମକୁ ସ୍ୱୀକାର ନକରିବାରୁ ସେମାନେ ଆତ୍ମହତ୍ୟା କରିବାକୁ ଶ୍ରେୟ ମଣିଥିଲେ ବୋଲି ପୁଲିସ୍ ସୂଚନା ଦେଇଛି।