ଭୁବନେଶ୍ୱର: ଇଶାନେଶ୍ୱର ମନ୍ଦିର ପଛ ପଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ପୁଲିସ ବୁଧବାର ଇଶାନେଶ୍ୱର ମନ୍ଦିର ପଛ ପଟରୁ ଅପରାହ୍ଣ ୨ଟାରେ ଜଣେ ଅଚିହ୍ନା ବିବାହିତ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଏସିପି ସୀତାରାମ ଶତପଥୀ ପୁଲିସ ଟିମ୍‌ ସହିତ ନୀଳାଦ୍ରୀ ବିହାର ପଛପଟରେ ଥିବା ପାହାଡ଼ ନିକଟରେ ଥିବା ଈଶାନେଶ୍ୱର ମନ୍ଦିର ନିକଟକୁ ପହଞ୍ଚି ଥିଲେ। ସେଠାରେ ଥିବା ଏକ ଅଳିଆ ଗଦାରେ ବିବାହିତ ଯୁବତୀଙ୍କ ମୃତଦେହ ପଡ଼ିଥିଲା।

ମୃତଦେହକୁ ଜବତ କରି ପୁଲିସ କହିଛି, ଯୁବତୀଙ୍କ ପାଟିରୁ ଫେଣ ବାହାରୁଛି। ପ୍ରାୟ ୧୦ରୁ ୧୨ ଘଣ୍ଟା ପୂର୍ବରୁ ତାଙ୍କର ଜୀବନ ଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ପୋଷ୍ଟମର୍ଟମ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ ଯୁବତୀଙ୍କ ମୃତଦେହ ନିକଟରୁ ଏକ ନୀଳ ରଙ୍ଗର ଭେନିଟି ବ୍ୟାଗ ଓ ବ୍ୟାଗ୍‌ ଭିତରେ ଥିବା କିଛି ଜିନିଷ ପତ୍ର ପାଇଛି।

 

ସମ୍ବନ୍ଧିତ ଖବର