ଭୁବନେଶ୍ୱର: କେନାଲ ରୋଡ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ସୋମବାର ଜଣେ ଯୁବକଙ୍କ ମୃତଦେହକୁ ଭଦ୍ରକ ଗ୍ରାମାଂଚଳ ପୁଲିସ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ରିପୋର୍ଟ ଅନୁସାରେ ପୁରୀପଡ଼ା ଗ୍ରାମର ନଳାଙ୍ଗ ସାହି ବାସିନ୍ଦା ଆନନ୍ଦ ସ୍ୱାଇଁଙ୍କର ପୁଅ ପ୍ରଶାନ୍ତ (୩୯) ସବୁଦିନ ଭଳି ରବିବାର ମଧ୍ୟ ସନ୍ଧ୍ୟାରେ ନିଜ ଦୋକାନକୁ ଯାଇଥିଲେ। ମାତ୍ର ସେ କାଲି ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକେ ପ୍ରଶାନ୍ତକୁ କାଲି ରାତିରେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା।

ଆଜି ସକାଳୁ ପ୍ରଶାନ୍ତଙ୍କ ମୃତହେଦ ଜାତୀୟ ରାଜପଥ କଡ଼ରେ ପଡ଼ିଥିବା କିଛି ଲୋକ ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।