ପତ୍ନୀଙ୍କ ମୋବାଇଲରେ ଆସୁଥିଲା ୧୧ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ସ୍ୱାମୀଙ୍କ କଲ ! ଆଉ ତା’ପରେ..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ମୋବାଇଲକୁ ୧୧ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ସ୍ୱାମୀଙ୍କ ଫୋନ୍‌ କଲ୍‌ ଓ ମେସେଜ ଆସୁଥିବା ପୁଲିସରେ ଅଭିଯୋଗ ହୋଇଥିଲା।

ମହିଳା ସର୍ବଦା ପୁଲିସ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ କି, ତାଙ୍କ ସ୍ୱାମୀ ଜୀବିତ ଅଛନ୍ତି। ସେ କେଉଁଠାରେ ଲୁଚି ରହିଛନ୍ତି। ସେ ତାଙ୍କ ଫୋନ୍‌ରୁ କଲ ଓ ମେସେଜ ବି କରୁଛନ୍ତି।

ପୁଲିସ ମହିଳାଙ୍କ କଥାକୁ ଏତେ ଗୁରୁତ୍ୱର ସହ ନେଇ ନ ଥିଲା। ଶେଷରେ ମହିଳା କୋର୍ଟର ଦ୍ୱାରସ୍ଥ ହୋଇ ଏହି ଘଟଣା ବିଷୟରେ ଅଭିଯୋଗ କରିବା ପରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥିଲା।

ବରେଲି ଜିଲ୍ଲା ଗୁରୁନାନକ ନଗର ଅଞ୍ଚଳରେ ୧୧ବର୍ଷ ପୂର୍ବେ ଜଗଜିତ ସିଂହ ନାମକ ଜଣେ ବ୍ୟକ୍ତି ଘରୁ ହଠାତ କେଉଁଆଡେ ଚାଲି ଯାଇଥିଲେ। ଜଗଜିତଙ୍କ ପରିବାରବର୍ଗ ପତ୍ନୀ ପୁଅକୁ ହତ୍ୟା କରିଥିବା ସନ୍ଦେହରେ ରବିନ୍ଦର କୌରଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ।

କୋର୍ଟ ରବିନ୍ଦର କୌରଙ୍କ କଥା ଶୁଣିବା ପରେ ପୁଲିସ ଜଗଜିତ ସିଂହଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଆଦେଶ ପରେ ଜଲନ୍ଧର ପୁଲିସ ଜଗଜିତ ସିଂହଙ୍କୁ ଖୋଜିବାକୁ ଲାଗିଥିଲା। ଶେଷରେ ପୁଲିସ ଜଗଜିତ ସିଂହଙ୍କୁ ଏକ ଢ଼ାବାରେ ବାସନ ମାଜୁଥିବା କାମ କରୁଥିବା ଜାଣିବାକୁ ପାଇଥିଲା। ଜଗଜିତ ସିଂହ ନିଜର ବେଶଭୂଷାକୁ ପୂରା ପରିବର୍ତ୍ତନ କରି ଦେଇଥିଲା। ସେଥିପାଇଁ ତାକୁ କେହି ଚିହ୍ନି ପାରୁ ନ ଥିଲେ। ପ୍ରଥମେ ଜଗଜିତ ସିଂହ ଏହା ମାନିବାକୁ ପ୍ରସ୍ତୁତ ନଥିଲା। କିନ୍ତୁ ପୁଲିସ ଚାପରେ ସେ ସବୁ ମାନିଥିଲା।

ସମ୍ବନ୍ଧିତ ଖବର