ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଯୁଗଳ ଛକ ନିକଟସ୍ଥ ଏକ ଅସ୍ଥାୟୀ ଜଳାଶୟରୁ ଭାସମାନ ଅବସ୍ଥାରେ ବୃଦ୍ଧଙ୍କ ଶବ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୁଲିସ । ମୃତକ ହେଲେ ସ୍ଥାନୀୟ ଗଡ଼ଗଡ଼ିଆ ଗ୍ରାମର କାରମି ମାଝୀ (୭୦) । 

Advertisment

ସୂଚନା ଅନୁଯାଇ ଆଜି ମଧ୍ୟାହ୍ନରେ ଗଡ଼ଗଡ଼ିଆ ଗ୍ରାମର ଡମାନ ମାଝୀ ସ୍ଥାନୀୟ ଏକ ପାଣି ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଉଥିବାବେଳେ ହଠାତ ରାସ୍ତା ପାର୍ଶ୍ୱରେ ଥିବା ଏକ ଅସ୍ଥାୟୀ ଜଳାଶୟରେ ଏକ ବୃଦ୍ଧ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ । ତେବେ ସେତେବେଳେ ସେ ମୃତ ଦେହକୁ ଚିହ୍ନିପାରି ନଥିଲେ ଓ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଡାକ ଛାଡିଥିଲେ । 

ତେବେ କେହି ହେଲେ ବି ପାଣି ଭିତରେ ଭାସୁଥିବା ଶବ ଚିହ୍ନଟ କରିପାରିନଥିଲେ , ପରେ ଖବର ପାଇ ବେତନଟୀ ଅଗ୍ନିଶମ ବିଭାଗର କର୍ମଚାରୀ ଓ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜଳାଶୟ ମଧ୍ୟରୁ ଶବ ଉଦ୍ଧାର କରିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଉକ୍ତ ମୃତ ଦେହ ଡମାନର ୭୦ ବର୍ଷୀୟା ବୁଢ଼ୀ ମାଆ କାରମୀ ମାଝୀର ହୋଇଥିବା ଦେଖି ଡମାନ ସମ୍ପୂର୍ଣ୍ଣ ଅବାକ ହୋଇଯାଇଥିଲା । ପରେ ବୈଶିଙ୍ଗା ପୁଲିସ ୪୯ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପୂର୍ବକ ତଦନ୍ତ ଆରମ୍ଭ କରିଛି ।