ନୂଆଦିଲ୍ଲୀ: କର୍ଣ୍ଣାଟକର ଚାମରାଜନଗରରେ ଥିବା ଏମଏମ ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟର ହୁଗ୍ୟାମ ରେଞ୍ଜରେ ପାଞ୍ଚଟି ବାଘଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି।
ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଏହି ବାଘମାନଙ୍କର ମୃତ୍ୟୁ ବିଷକ୍ରିୟା ଯୋଗୁଁ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜୁନ୍ ୨୬ ତାରିଖରେ ଗଜାନୁର ବିଟ୍ ଅଞ୍ଚଳର କମ୍ପାର୍ଟମେଣ୍ଟ ନମ୍ବର ୧୧୭ରେ ଏହି ଘଟଣା ସାମ୍ନାକୁ ଘଟିଥିଲା। ଯାହାକୁ ନେଇ ବନ୍ୟପ୍ରାଣୀ ସଂରକ୍ଷଣ ଏଜେନ୍ସି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ଏବଂ କର୍ଣ୍ଣାଟକ ବନ୍ୟପ୍ରାଣୀ ଆଇନ, ୧୯୬୯ ଅନୁଯାୟୀ ଏହି ଘଟଣାକୁ ଏକ ଗମ୍ଭୀର ଅପରାଧ ଭାବରେ ବିଚାର କରି, ହୁଗ୍ୟାମ ରେଞ୍ଜର କ୍ଷେତ୍ରରେ ଡବ୍ଲୁଏଲଓଆର ନମ୍ବର ୦୨/୨୦୨୫-୨୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମ କୋନାପ୍ପା, ମଦରାଜୁ, ନାଗରାଜ ବୋଲି ଚିହ୍ନଟ କରାଯାଇଛି।
ପ୍ରାରମ୍ଭିକ ପୁଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଚାଷୀଙ୍କ ମଧ୍ୟରୁ ଜଣଙ୍କ ଗାଈକୁ ବାଘୁଣୀ ଏବଂ ତାର ଛୁଆ ମାରି ଦେଇଥିଲେ। ଏହି ଘଟଣାରେ ଚାଷୀ ରାଗର ବଶବର୍ତ୍ତୀ ହୋଇ ବାଘୁଣୀ ଏବଂ ତାର ଛୁଆମାନଙ୍କୁ ବିଷାକ୍ତ ମାଂସ ଖୁଆଇ ହତ୍ୟା କରିଥିଲା। ବନ ବିଭାଗ ଏହି ଘଟଣାର ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ ଜାରି ରଖିଛି।
ଏହି ଘଟଣାକୁ ନେଇ ବନ ବିଭାଗ ପୂର୍ବରୁ ପ୍ରତିକ୍ରିୟା ଦେଇ କହିଥିଲା, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମନେ ହେଉଛି। ଦଳ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛନ୍ତି ଏବଂ ବିଷାକ୍ତ ନମୁନା ଫରେନସିକ୍ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ରିପୋର୍ଟ ଆସିଲେ ବାଘମାନଙ୍କ ମୃତ୍ୟୁରୁ ପ୍ରକୃତ କରାଣ ଜଣାପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/28/neqwr-2025-06-28-19-32-41.jpg)