୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବାରୁ ମିଳିଲା ମୃତ୍ୟୁଦଣ୍ଡ,ଚାର୍ଜସିଟ୍‌ ଦାଖଲର ୧୯ଦିନ ମଧ୍ୟରେ ରାୟ ଶୁଣାଇଲେ ଅଦାଲତ

ଝୁନ୍‌ଝୁନ୍‌ : ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲ୍ଲାରେ ଘଟିଥିବା ଏକ ଦୁଷ୍କର୍ମ ଘଟଣାର ତ୍ୱରିତ ବିଚାରକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା । ଜଣେ ଯୁବକ ଏକ  ୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବେଳେ ଚାର୍ଜସିଟ୍‌ ଦାଖଲ କରାଯିବାର ୧୯ଦିନ ମଧ୍ୟରେ ପୋସ୍କୋ ଅଦାଲତ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଅଦାଲତର ଏହି ରାୟ ପରେ ପୀଡ଼ିତାଙ୍କ ପରିବାର ଲୋକ ଖୁସି ହୋଇଥିବା ବେଳେ ଏହି ରାୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Daily Trust

ସୂଚନା ମୁତାବକ, ଅଗଷ୍ଟ୨ରେ ପୀଡ଼ିତା ନିଜ ଘରେ ଏକା ଖେଳୁଥିବା ଦେଖି ଗାଁକୁ ଜିନିଷ ବିକ୍ରି କରି ଆସିଥିବା ଯୁବକ ଜଣକ ଏହାର ଫାଇଦା ଉଠାଇଥିଲେ । ଗାଡ଼ିକୁ ଘର ବାହାରେ ରଖି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ଲହୁଲହାଣ କରି ସେଠାରୁ ଚାଲି ଯାଇଥିଲେ । କିନ୍ତୁ ଏହି ସମୟରେ ପୀଡ଼ିତାଙ୍କ ଜେଜେ ମା’ ଅଭିଯୁକ୍ତକୁ ଘରୁ ବାହାରୁ ଥିବାର ଦେଖି ନେଇଥିଲେ । ସନ୍ଦେହରେ ସେ ଘର ଭିତରକୁ ଯିବା ପରେ ଭିତରର ଦୃଶ୍ୟ ଦେଖି ସେ ହତବାକ୍‌ ହୋଇ ଯାଇଥିଲେ । ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ପୁଲିସକୁ ଖବର ଦିଆଯାଇଥିଲା । ପୀଡ଼ିତାଙ୍କ ଜେଜେ ମା’ଙ୍କ ବୟାନ ରେକର୍ଡ଼ କରି ଅଭିଯୁକ୍ତକୁ ଗିରଫ କରିବା ପରେ ଅଗଷ୍ଟ ୧୦ରେ ଚାର୍ଜସିଟ୍‌ ଦାଖଲ କରିଥିଲା ପୁଲିସ । ୧୯ଦିନ ମଧ୍ୟରେ ପୋସ୍କୋ ଅଦାଲତ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇଥିବା ଜଣାପଡ଼ିଛି । ଅଦାଲତର ଏହି ରାୟକୁ ଏବେ ସମସ୍ତେ ପ୍ରଶଂସା କରିବା ସହ ସବୁ ଦୁଷ୍କର୍ମକାରୀଙ୍କୁ ଏହି ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର