‘ମୁଁ କାହାକୁ ଡରେ ନାହିଁ, ମୋଦିଙ୍କୁ ଗୁଳି କରି ହତ୍ୟା କରି ଦେବି’ , ଫେସ୍ବୁକ୍ରେ ଏଭଳି ଖୋଲାଖୋଲି ଧମକ ଦେଇଛି ଏହି ଯୁବକ !
ନୂଆଦିଲ୍ଲୀ: ଗାଜିଆବାଦରେ ରହୁଥିବା ଜଣେ ବ୍ୟକ୍ତି ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଳି ମାରି ହତ୍ୟା କରିବ ବୋଲି ଧମକ ଦେଇଛି। ଫେସବୁକରେ ଖୋଲାଖୋଲି ଭାବେ ସେ ଏଭଳି ପୋଷ୍ଟ କରିଛି। ତେବେ ଧମକ ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ ବିଜେପି ବିଧାୟକ ନନ୍ଦ କିଶୋର ଗୁଜ୍ଜର ଏକ ମାମଲା ଦାୟର କରିଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣକ ବିଜେପି ବିଧାୟକ ନନ୍ଦ କିଶୋର ଗୁଜ୍ଜରଙ୍କ ଏକ ଫେସବୁକ୍ ପୋଷ୍ଟ ଉପରେ ଏଭଳି ଟିପ୍ପଣୀ ଦେଇଛି। ନଦୀମ ଖାନ ନାମକ ଜଣେ ବ୍ୟକ୍ତି ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି। ଏହାଛଡ଼ା ଅଭିଯୁକ୍ତ ଜଣକ ସେହି ସମାନ ପୋଷ୍ଟରେ ପାକିସ୍ତାନ ଜିନ୍ଦାବାଦ ଲେଖିବା ସହିତ ନିଜର ମୋବାଇଲ ନମ୍ବର ସେୟାର କରି, ସହ ସେ କାହାକୁ ଡ଼ରେ ନାହିଁ ବୋଲି ଉଲ୍ଲେଖ କରିଛି।
ନନ୍ଦ କିଶୋର ଗୁଜ୍ଜର ଗତ ଗୁରବାର ଦିନ ସାଇକେଲ ଚଳାଉଥିବାର ଦୁଇଟି ଫଟୋ ଅପଲୋଡ଼ କରିଥିଲେ । ଏହି ପୋଷ୍ଟ ଉପରେ ଅଭିଯୁକ୍ତ ନଦିମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଳି ମାରିବାକୁ ଧମକ ଦେଇଥିଲା । ଏପରିକି ପାକିସ୍ତାନ ଜିନ୍ଦାବାଦ କହିବା ସହ ସେ କାହାକୁ ଡ଼ରେ ନାହିଁ ବୋଲି ଉଲ୍ଲେଖ କରିଥିଲା । ଏହାଛଡ଼ା ଅଶୋକ ବିହାରରେ ସେ ରହୁଥିବା ଫେସବୁକ୍ ପୋଷ୍ଟରେ ଲେଖିଥିଲା । ତେବେ ଏହି ଘଟଣା ବିଜେପି ବିଧାୟକଙ୍କ ନଜରକୁ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏଫଆଇଆର ଦାୟର କରିଥିଲେ । କିନ୍ତୁ ଏଯାବତ୍ ଅଭିଯୁକ୍ତକୁ ଗିରଫ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।