ଅନ୍ଲାଇନ୍ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡର ତଥ୍ୟ
ହାଇଦ୍ରାବାଦ: ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡର ସଂପୂର୍ଣ୍ଣ ତଥ୍ୟ ସୁରକ୍ଷିତ ଅଛି ତେବେ ଆପଣ ଭୁଲ୍ ଭାବୁଛନ୍ତି। ମାତ୍ର ଅଳ୍ପ କେତେ ଟଙ୍କା ବଦଳରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ ସଂପର୍କିତ ତଥ୍ୟ ପ୍ରଦାନ କରୁଥିବା ଅନେକ ୱେବ୍ସାଇଟ୍ ଏବେ ବଜାରରେ ମହଜୁଦ୍ ଅଛି। ୩୫୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ଭିତରେ କାର୍ଡର ତଥ୍ୟ ବିକୁଛନ୍ତି ୱେବ୍ସାଇଟ୍ଗୁଡ଼ିକ। ତେବେ ଭିସା, ରୁପେ ଓ ମାଷ୍ଟରକାର୍ଡ ଆଦି ଅଲଗା ଅଲଗା ପ୍ରକାରର କାର୍ଡ ପାଇଁ ଭିନ୍ନ ରାଶି ଦାବି କରାଯାଉଛି।
ପିନ୍କୋର୍ଡରୁ ଆଧାର କରି କାର୍ଡଧାରୀଙ୍କ ରହୁଥିବା ସ୍ଥାନ ସଂପର୍କରେ ସହଜରେ ସୂଚନା ମିଳିପାରୁଛି। ସୂଚନା ରହିଛି ଯେ ୧ ଲକ୍ଷରୁ ଉର୍ଧ୍ବ କାର୍ଡଧାରୀଙ୍କ ଡାଟା କେତେକ ହାଇଦ୍ରାବାଦୀ ୱେବ୍ସାଇଟ୍ରେ ବନ୍ଧାପଡ଼ିଛି।
ତେବେ, ଯେଉଁ ମୁଖ୍ୟ ପାଞ୍ଚଟି ଅଞ୍ଚଳର କାର୍ଡଧାରୀଙ୍କ ତଥ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ସେ ଅଞ୍ଚଳଗୁଡ଼ିକ ହେଉଛି ବଞ୍ଜାରା ହିଲ୍ସ, ମାଧପୁର, ସୋମାଜିଗୁଡା, ବେଗୁମପେଟ୍ ଓ ଅଫ୍ଜଲ୍ଗଞ୍ଜ। ଏଠାରେ ଉଲ୍ଲେଖଯୋଗ୍ୟ କି ସାଧାରଣ ଭାବେ ଧାରଣା ରହିଛି କି ଓଟିପି ଦ୍ବାରା ହିଁ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡରେ କାରବାର ସମ୍ଭବ। କିନ୍ତୁ ଅସଲରେ କେତେକ ଅନ୍ତର୍ଜାତୀୟ କାରବାରରେ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ନମ୍ବର, ବ୍ୟବହାରର ଶେଷ ତାରିଖ ଏବଂ ଏଭି ନମ୍ବର ଦେଇ ଟଙ୍କା କାଢ଼ି ହେବ।