ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାମବାଣ ଜିଲ୍ଲାରେ ଥିବା ଉପ ଜିଲ୍ଲା ହସ୍ପିଟାଲ୍ ବନିହାଲ୍ରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଡାକ୍ତରମାନେ ଜଣେ ନବଜାତକଙ୍କୁ ମୃତ ବୋଲି ଘୋଷଣା କରିବା ପରେ ନବଜାତକଟି ଜୀବିତ ଥିବା ଦେଖିବାକୁ ମିଳିଛି। ଡାକ୍ତର ନବଜାତକକୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ମୃତହେଦକୁ ନେବା ବେଳେ ସେ ମୃତ ନୁହେଁ ଜୀବିତ ବୋଲି ଦେଖିବାକୁ ପାଇଥିଲେ।
ଡାକ୍ତରମାନଙ୍କ ଏପରି ଅବହେଳାରେ କ୍ରୋଧିତ ହୋଇ ନବଜାତକର ପରିବାର ଲୋକ ହସ୍ପିଟାଲ୍ ସମ୍ମୁଖରେ ଭିକ୍ଷୋବ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ଭିତ୍ତିକରି ହସ୍ପିଟାଲ୍ ତା’ର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି।
ପରିବାର ଲୋକ କହିଛନ୍ତି ଯେ ବଙ୍କୁତ୍ର ବାସିନ୍ଦା ବସହରତ ଅହମ୍ମଦଙ୍କ ପତ୍ନୀ ହସ୍ପିଟାଲ୍ରେ ଏକ ଶିଶୁକୁ ଜନ୍ମ ଦେଲେ। ହସ୍ପିଟାଲ୍ କର୍ମଚାରୀ ପରିବାର ଲୋକଙ୍କୁ କହିଲେ ଯେ ମୃତ ଶିଶୁ ଜନ୍ମ ହୋଇଛି। ପରିବାର ଲୋକ ପରେ ଶିଶୁଟିର ମୃତଦେହକୁ ଅନ୍ତିମ ସତ୍କାର ପାଇଁ ଗ୍ରହଣ କରିବାକୁ ଗଲା ବେଳେ ଶିଶୁଟି ଜୀବିତ ଥିବା ଦେଖିବାକୁ ପାଇଥିଲେ।
ସେମାନେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ। ଶିଶୁଟି ଗୁରୁତର ଅବସ୍ଥାରେ ଥିବାରୁ ତାକୁ ଶ୍ରୀନଗରର ଏକ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଏ ସଂପର୍କରେ ପୁଲିସ୍କୁ ଖବର ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/baby_born_1200x768.jpg)