ନୂଆଦିଲ୍ଲୀ: ଦିଲ୍ଲୀର ୟୁପିଏସସି ମେନ୍ସ ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାମ ଦୀପକ ମୀଣା। ଦୀପକଙ୍କ ପରିବାର ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିକଟରେ ଗୁହାରି କରିଛନ୍ତି। ଏହି କ୍ରମରେ ଏନଏସୟୁଆଇର ରାଜ୍ୟ ସଭାପତି ବିନୋଦ ଜାଖଡ଼ ଏବଂ କୃଷକ ନେତା ହିମାତ୍ ସିଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ହିମ୍ମତ ସିଂ ଗୁର୍ଜର ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଦିଲ୍ଲୀର ମୁଖର୍ଜୀ ନଗରରେ ୟୁପିଏସ ପାଇଁ ପ୍ରସ୍ତୁତ ହେଉଥିବା ୨୧ ବର୍ଷୀୟ ଦୀପକ କୁମାର ମୀଣାଙ୍କ ମୃତଦେହ ୧୦ ଦିନ ପରେ ସନ୍ଦେହଜନକ ଅବସ୍ଥାରେ ବୁଦା ଭିତରୁ ମିଳିଥିଲା। ଯାହା ଅତ୍ୟନ୍ତ ଦୁଃଖର ବିଷୟ। ଛାତ୍ରଙ୍କ ମୃତ୍ୟୁକୁ ନେଇ ଦୀପକଙ୍କ ପରିବାରଲୋକେ ସନ୍ଦେହ କରୁଛନ୍ତି କି ପୁଅକୁ ହତ୍ୟା କରାଯାଇଛି। ତେଣୁ ମୁଁ ପ୍ରଶାସନକୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ଜଣେ ନିଷ୍ଠାପର ଛାତ୍ରଙ୍କ ଏଭଳି ମୃତ୍ୟୁ ବାସ୍ତବରେ ଦୁଃଖର ବିଷୟ।
ସୂଚନାଯୋଗ୍ୟ, ଗତ ଦଶ ଦିନ ଧରି ମୁଖାର୍ଜୀ ନଗର ଅଞ୍ଚଳରୁ ଦୀପକ ମୀଣା ନିଖୋଜ ଥିଲେ। ପରିବାରଲୋକ ପୁଅର କୌଣସି ଖବର ନପାଇବାରୁ ପୁଲିସରେ ଖବର ଦେଇଥିଲେ। ଏହାପରେ ପୁଲିସ ଶୁକ୍ରବାର ଦିନ ଦୀପକଙ୍କ ମୃତଦେହ କୋଚିଂ ସେଣ୍ଟରର ଲାଇବ୍ରେରିଠାରୁ କିଛି ଦୂରରେ ଥିବା ଏକ ବୁଦା ଭିତରୁ ମୃତଅବସ୍ଥାରେ ଉଦ୍ଧାର କରିଥିଲା।
ମୃତଦେହ ମିଳିବା ପରେ ମୁଖାର୍ଜୀ ନଗର ପୁଲିସ ଫରେନସିକ୍ ଦଳକୁ ଘଟଣାସ୍ଥଳକୁ ଡାକିଥିଲା। ଦୀପକଙ୍କ ମୃତଦେହର ବ୍ୟବଚ୍ଛେଦ ହେବାପରେ ପରିବାରଲୋକଙ୍କୁ ପୁଅର ମୃତଦେହ ହସ୍ତାନ୍ତର କରାଯାଇଥିଲା। ଦୀପକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି। ସମସ୍ତ ଦିଗକୁ କେନ୍ଦ୍ର କରି ପୁଲିସ ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମୃତ ଦୀପକଙ୍କଠାରୁ କୌଣସି ଆତ୍ମହତ୍ୟା ନୋଟ ମିଳିନାହିଁ। ଘଟଣାସ୍ଥଳରୁ ସେ ରହୁଥିବା ଘର ପର୍ଯ୍ୟନ୍ତ ସବୁ ଜାଗାରେ ପୁଲିସ ଖୋଜାଖୋଜି ଆରମ୍ଭ କରି ଦେଇଛି।