ସାଇବର୍‌ କ୍ରାଇମ୍‌ର ଶିକାର ହେଲେ ଅଭିନେତ୍ରୀ ଦିପ୍ତୀ ନାଭାଲ୍‌; ୩.୯ ଲକ୍ଷ ଟଙ୍କା ଦାବି କଲା ବ୍ଲାକ୍‌ମେଲର୍‌

ମୁମ୍ବାଇ: ବିଭିନ୍ନ ନାମୀଦାମୀ ଲୋକ ସାଇବର୍‌ କ୍ରାଇମ୍‌ର ଶିକାର ହୋଇଥିବା ଏବେ ଆଉ ଜଣେ ଜଣାଶୁଣା ଚେହେରା ସେହିଭଳି ସମାନ ସମସ୍ୟାର ସମ୍ମୁଖୀନ ହେଇଛନ୍ତି। ଅଶୀ ଦଶକର ଲୋକପ୍ରିୟ ଅଭିନେତ୍ରୀ ଦିପ୍ତୀ ନାଭାଲ୍‌ ଏବେ ସାଇବର୍‌ କ୍ରାଇମ୍‌ର ଶିକାର ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭେଟେରାନ୍‌ ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି ଯେ ମଙ୍ଗଳବାର ତାଙ୍କୁ ଏକ ମାଲଓ୍ଵାର୍‌ ସ୍କାମ୍‌ ଇମେଲ୍‌ ଆସିଥିଲା।

ମେଲ୍‌ କରିଥିବା ବ୍ୟକ୍ତି ଜଣକ ଅଭିନେତ୍ରୀଙ୍କୁ ମେଲ୍‌ ଜରିଆରେ ୨୪ ଘଣ୍ଟା ମଧ୍ୟରେ ୩.୯ ଲକ୍ଷ ଟଙ୍କା ଦେବା ପାଇଁ ଧମକ ଦେଇଛନ୍ତି। ଯଦି ଅଭିନେତ୍ରୀ ଟଙ୍କା ନ ଦିଅନ୍ତି ତେବେ ତାଙ୍କର ବ୍ରାଉଜିଂ ଇତିହାସକୁ ସାର୍ବଜନୀନ କରିଦେବା ଧମକ ଦେଇଥିଲା ବ୍ଲାକ୍‌ମେଲର୍‌। ଅଭିନେତ୍ରୀ ଜଣକ ଆହୁରି ଅଭିଯୋଗ ଆଣିଛନ୍ତି ଯେ ପୁଲିସ୍‌ ମେଲ୍‌ ଦେଖିବା ପରେ ତାହାକୁ ଅଣଦେଖା କରିଛି। ସେ ଆହୁରି ବି କହିଛନ୍ତି କି ଏହାକୁ ଏକ ଟ୍ରାସ୍‌ ମେଲ୍‌ ବୋଲି କହି ପୁଲିସ୍‌ ମୋତେ ଏହାକୁ ଅଣଦେଖା କରିବାକୁ ପରାମର୍ଶ ଦେଇଥିଲା।

ବର୍ତ୍ତମାନ ପୁଲିସ୍‌ ଏକ ସାଇବର୍‌ ଅପରାଧ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ କରିବା ପାଇଁ ସାଇବର୍‌ କ୍ରାଇମ୍‌ ସେଲ୍‌କୁ ଦାୟିତ୍ୱ ଦିଆଯାଇଛି। ସାଇବର୍‌ କ୍ରାଇମ୍‌ ସେଲ୍‌ ସର୍ଭର ଟ୍ରାକ୍‌ କରି ଗଣାମାଧ୍ୟମକୁ ଜଣାଇଛି ଯେ ଏହିଭଳି ଆହୁରି ୨୦ ପୀଡ଼ିତ ସମାନ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର