ଡେରାଡୁନ୍: ଆଜି ସକାଳେ ଡେରାଡୁନ୍ର ରାଣୀପୋଖରୀ ଅଞ୍ଚଳରେ ଛୁରାଦ୍ବାରା ତାଙ୍କ ପରିବାରର ୫ଜଣ ସଦସ୍ୟଙ୍କ ତଣ୍ଟିକାଟି ହତ୍ୟା କରିଥିବା ଜଣେ ୪୭ ବର୍ଷିୟ ପୁରୋହିତଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ନିହତ ବ୍ୟକ୍ତିମାନେ ହେଉଛନ୍ତି, ପୁରୋହିତଙ୍କ ମାଆ ୭୫ ବର୍ଷୀୟ ବିତାନ ଦେବୀ, ୩୬ ବର୍ଷୀୟ ପତ୍ନୀ ନୀତୁ ଦେବୀ, ୧୩ ବର୍ଷୀୟ ଝିଅ ଅପର୍ଣ୍ଣା, ୯ ବର୍ଷୀୟ ଝିଅ ଅନ୍ନପୂର୍ଣ୍ଣା ଏବଂ ୧୧ ବର୍ଷୀୟ ଝିଅ ସ୍ବର୍ଣ୍ଣ।
ଡେରାଡୁନ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କମଳେଶ ଉପାଧ୍ୟାୟ କହିଛନ୍ତି, ଅଭିଯୁକ୍ତ ମହେଶ କୁମାର ତିୱାରି ହେଉଛନ୍ତି ଉତ୍ତର ପ୍ରଦେଶର ବାନ୍ଦାର ବାସିନ୍ଦା। ଗତ ୭/୮ ବର୍ଷ ହେବ ସେ ଡେରାଡୁନ୍ରେ ରହୁଥିଲେ।
Image Courtesy of Times of Indiaସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ଆଜି ସକାଳ ୭.୩୦ରେ ଘଟିଛି। ଅଭିଯୁକ୍ତ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିବା ବେଳେ ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପାଟି କରିଥିଲେ।
ଘଟଣା ସଂକ୍ରାନ୍ତରେ ଖବର ପାଇବା ପରେ ଡେରାଡୁନ୍ ପୁଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଅଭିଯୁକ୍ତ କାହିଁକି ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କଲେ ସେ ସଂକ୍ରାନ୍ତରେ ଜାଣିବା ପାଇଁ ପୁଲିସ ଉଦ୍ୟମ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/3455a78b-ab18-4030-9c31-63188ee137cb.jpg)