୩ ଜଣଙ୍କୁ ଏକା ସାଙ୍ଗରେ ଡେଟ୍ କରିବା ଭାରୀ ପଡ଼ିଲା,ଖର୍ଚ୍ଚ ଉଠାଇବା ପାଇଁ ନୃତ୍ୟଶିଳ୍ପୀରୁ ଚୋର ହେଲେ ଯୁବକ
ନୂଆଦିଲ୍ଲୀ : ଏକା ସାଙ୍ଗରେ ୩ ଜଣ ମହିଳାଙ୍କୁ ଡେଟ୍ କରିବା କେତେ କଷ୍ଟ ତାହା ଦକ୍ଷୀଣ-ପୂର୍ବ ଦିଲ୍ଲୀରେ ରହୁଥିବା ଜଣେ ୨୧ବର୍ଷୀୟ ଯୁବକ ଜାଣି ପାରିଛନ୍ତି । ୩ ଜଣଙ୍କୁ ଡ଼େଟ୍ କରିବା ଦ୍ୱାରା ନୃତ୍ୟଶିଳ୍ପୀରୁ ଚୋର ହେବା ପରେ ଜେଲ ବି ଯିବାକୁ ପଡ଼ିବ ବୋଲି ଭାବି ନ ଥିଲେ ରୋହନ ଗିଲ୍। ପେସାରେ ଜଣେ ନୃତ୍ୟଶିଳ୍ପୀ ଥିବା ରୋହନ ୩ ଜଣ ପ୍ରେମିକାଙ୍କୁ ଖୁସି କରାଇବା ପାଇଁ ଚୋରି କରିବା ଆରମ୍ଭ କରିଥିଲା ବୋଲି ଗିରଫ ହେବା ପରେ ପୁଲିସକୁ ଜଣାଇଛି । ଏହ ପ୍ରଥମ ନୁହେଁ, ବର୍ଷକ ମଧ୍ୟରେ ରୋହନ ୪ ଥର ଗିରଫ ହୋଇ ସାରିଥିବା କହିଛନ୍ତି ପୁଲିସ ଅଧିକାରୀ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗୁରୁବାର ରାତି ସମୟରେ ଏକ ଅଟୋ ଚାଳକ ଅଟୋ ଭିତରେ ବସି ଟଙ୍କା ଗଣୁଥିବା ବେଳେ ରୋହନ ଚାଳକଙ୍କ ଟଙ୍କା ଧରି ଫେରାର ହୋଇ ଯାଇଥିଲେ । ପରେ ଅଟୋ ଚାଳକ ପୁଲିସରେ ଅଭିଯୋଗ କରିବା ପରେ ପାଟ୍ରୋଲିଂ କରୁଥିବା ପୁଲିସ ରୋହନଙ୍କୁ କାବୁ କରି ନେଇଥିଲେ । ଗିରଫ ପରେ ସେ ଏପରି ନିଜ ପ୍ରେମିକାମାନଙ୍କୁ ଖୁସି କରାଇବା ପାଇଁ କରୁଥିବା ପୁଲିସକୁ ଜଣାଇଥିଲା । ଏହା ପୂର୍ବରୁ ପୁଲିସ ରୋହନଙ୍କ ୧୨ଟି ମାମଲାର ସମାଧାନ କରି ସାରିଛିା କିନ୍ତୁ ସମାଧାନ ସତ୍ତ୍ୱେ ବାରମ୍ବାର ରୋହନ ଚୋରି କରି ଚାଲିଥିବାରୁ ପୁଲିସ ରୋହନଙ୍କୁ ଶେଷ ଚେତାବନୀ ଦେଇଥିବା ଜଣାପଡ଼ିଛି ।