ଛାତରୁ ପଡ଼ି ଏୟାର୍‌ହଷ୍ଟେସ୍‌ଙ୍କ ପ୍ରାଣ ଗଲା; ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ନୂଆଦିଲ୍ଳୀ: ଦକ୍ଷିର ଦିଲ୍ଳୀସ୍ଥିତ ପଞ୍ଚସିଲ୍‌ ପାର୍କଠାରେ ଶୁକ୍ରବାର ଜଣେ ୩୯ ବର୍ଷୀୟା ଏୟାର୍‌ହଷ୍ଟେସ୍‌ଙ୍କର ୪ ମହଲା ବିଶିିଷ୍ଟ ନିଜ ଘରୁ ଖସି ପଡ଼ିବା ପରେ ମୃତ୍ୟୁ ଘଟିଛି। ଏହି ଏୟାର୍‌ହଷ୍ଟେସ୍‌ଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ୱାମୀ ଏବଂ ଶଶୁରଘର ଲୋକ ମହିଳାଙ୍କୁ ହତ୍ୟା କରିଛନ୍ତି।

ପୁଲିସ୍‌ ଡେପୁଟଇ କମିସନ୍‌ ରୋମାଲି ବାନିଆ କହନ୍ତି ‘ଭାରତୀୟ ପ୍ୟାନେଲ୍‌ କୋର୍ଟର ସେକ୍ସନ ୩୦୪ବି ଅନୁଯାୟୀ ମୃତକ ଏୟାର୍‌ହଷ୍ଟେସ୍‌ଙ୍କ ଶଶୁରଘର ଲୋକଙ୍କ ନାମରେ ଯୌତୁକ ମାମଲା ରୁଜୁ ହୋଇଛି।

ଯଦିଓ ମହିଳାଙ୍କ ପରିବାର ଲୋକ ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ମାତ୍ର ପୁଲିସ୍‌ ଏହାକୁ ଅସ୍ୱୀକାର କରିଛି। କାହିଁକି ମହିଳା ଜଣକ ମୃତ୍ୟୁର କିଛି ସମୟ ପୂର୍ବରୁ ନିଜ ସ୍ୱାମୀଙ୍କ ନିକଟକୁ ତାଙ୍କ ମୋବାଇଲ୍‌ରୁ ଏକ ମେସେଜ୍‌ ପ୍ରେରଣ କରିଥିଲେ ଯାହା ସୂଚାଉଛି କି ଏହା ହତ୍ୟା ନୁହେଁ।

ପୀଡ଼ିତା ଜଣକ ହେଉଛନ୍ତି ଅନିଷା ବାତ୍ରା। ସେ ଜଣେ ଅବସରପ୍ରାସ୍ତ ସେନା ମେଜରଙ୍କ କନ୍ୟା। ଅଢ଼େଇ ବର୍ଷ ତଳେ ସେ ଜଣେ ସଫ୍ଟେଓ୍ଵୟାର୍‌ ଇଞ୍ଜିନିୟରଙ୍କୁ ବିବାହ କରିଥିଲେ।

ଯେଉଁ ଘରୁ ଡେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି ସେ ଘରଟି ତାଙ୍କ ଶଶୁରଙ୍କର। ଅନୀଷାଙ୍କ ଭାଇ କରଣ ବାତ୍ରା ଅଭିଯୋଗ ଆଣିଛନ୍ତି ଯେ ଅନୀଷା ରୀତିମତ ଭାବେ ମାଡ଼ଗାଳି ଖାଉଥିଲେ। ୂ

ସମ୍ବନ୍ଧିତ ଖବର