ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତର ନିଜର ସହଯୋଗୀଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଡାକ୍ତର ଜଣକ ମହିଳା ସହଯୋଗୀଙ୍କୁ ଘରକୁ ଖାଇବାକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତା ପୁଲିସରେ ଏ ନେଇ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।
ଦକ୍ଷିଣ ଦିଲ୍ଲୀର ହୋଜ ଥାନା ଅଞ୍ଚଳରେ ରହୁଥିବା ଏମ୍ସର ଜଣେ ବରିଷ୍ଠ ଡାକ୍ତର ଗତ ଅକ୍ଟୋବର ୧୦ ତାରିଖରେ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିକୁ ସେ ନିଜର ଜଣେ ମହିଳା ସହଯୋଗୀଙ୍କୁ ଡକାଇଥିଲେ। ଆଉ ଘରେ ମହିଳାଙ୍କ ସହିତ ଜୋରଜବରଦସ୍ତି ଡାକ୍ତର ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ଏହି ଘଟଣା ସମ୍ପର୍କରେ ସେ ଯଦି କାହାକୁ କିଛି ଜଣାନ୍ତି ତାଙ୍କ ଚାକିରି ପ୍ରତି ବପଦ ରହିଥିବା ବି ଧମକ ଦେଇଥିଲେ। କିନ୍ତୁ ମହିଳା ସହଯୋଗୀ ଜଣକ ଡାକ୍ତରଙ୍କ ଧମକକୁ ଭୟ ନକରି ପୁଲିସରେ ଯାଇ ଅଭିଯୋଗ କରିଥିଲେ।
ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ଏଯାବତ ଡାକ୍ତରଙ୍କୁ ଗିରଫ କରାଯାଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/127408589-close-up-of-man-hands-holding-a-woman-hands-for-rape-and-sexual-abuse-concept-wound-domestic-violenc-1.jpg)