ନୂଆଦିଲ୍ଲୀ : ରବିବାର ଦିଲ୍ଲୀର ବୁରାଡ଼ିସ୍ଥିତ ସନ୍ଥ ନଗରରେ ଥିବା ଏକ ଘରୁ ୭ ଜଣ ମହିଳାଙ୍କ ସମେତ ୧୧ଜଣଙ୍କର ମୃତଦେହ ମିଳିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୧ଜଣଙ୍କର ମୃତଦେହ ଦୌଡ଼ିରେ ଝୁଲୁଥିବା ବେଳେ ୧୧ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିବା ଜଣାପଡ଼ିଥିଲା । ଏହି ମୃତ୍ୟୁର ରହସ୍ୟ ଉପରୁ ପୁଲିସ ପରଦା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ମାମଲା ଧୀରେ ଧୀରେ ଛନ୍ଦି ହେବାରେ ଲାଗିଛି । ଏହି ତଦନ୍ତ ଏବେ ୧୧ଟି ପାଇପ୍ ଉପରେ ଯାଇ ଅଟକି ଯାଇଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/07/2018-07-01T112211Z_1489824639_RC1D708174E0_RTRMADP_2_INDIA-CRIME-DELHI-300x188.jpg)
ସୂଚନା ଅନୁସାରେ, ଯେଉଁ ଘରୁ ୧୧ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ସେହି ଘର ବାହାରେ ୧୧ଟି ପାଇପ୍ ରହସ୍ୟମୟ ଭାବେ ବାହାରକୁ ବାହାରିଥିବା ଦେଖା ଯାଇଛି । ୪ଟି ପାଇପ୍ ସିଧା ବାହାରିଥିବା ବେଳେ ୭ଟି ପାଇପ୍ ବଙ୍କା ହୋଇ ବାହାରକୁ ବାହାରିଛି । ଯେଉଁ କାନ୍ଥରୁ ଏହି ପାଇପ୍ ବାହାରିଛି ସେହି କାନ୍ଥରେ ପାଣିର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳି ନାହିଁ । ଦିଲ୍ଲୀ ପୁଲିସ କହିବା ଅନୁଯାୟୀ,କାନ୍ଥରେ ଏଭଳି ଭାବରେ ପାଇପ୍ ବାହାରକୁ ବାହାରିବା ସାଧାରଣ କଥା ନୁହୋଁ ଏ ପର୍ଯ୍ୟନ୍ତ ଯାହାବି ତଥ୍ୟ ମିଳିଥିଲା ତାହା ଆତ୍ମହତ୍ୟା ବୋଲି ଜଣା ପଡ଼ୁଥିଲା । କିନ୍ତୁ ପରିବାର ଲୋକଙ୍କ କଲ ରେକର୍ଡ଼ ଚେକ୍ କରିବା ପରେ ଏମିତି ଏକ ନମ୍ବର ମିଳିଛି ଯାହା ଉପରେ ଆମେ ସନ୍ଦେହ କରିବା ସହ ଏହି ନମ୍ବର କୌଣସି ବାବା ବା ତାନ୍ତ୍ରିକର ହୋଇଥାଇ ପାରେ ଅନୁମାନ କରାଯାଉଛି । ନମ୍ବର ପାଇବା ପରେ ଏବେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ଏହି ମୃତ୍ୟୁ ପଛରେ କୌଣସି ତାନ୍ତ୍ରିକର ତନ୍ତ୍ର ସାଧନା ରହିଥାଇପାରେ ବୋଲ ପୁଲିସ ସନ୍ଦେହ କରିବା ସହ ତଦନ୍ତ ଆରମ୍ଭ କରିଛି ।