ଭାଇରାଲ୍‌ ହୋଇଥିବା ଭିଡିଓରେ ଜଣେ ଯୁବତୀଙ୍କୁ ମାଡ଼ ମାରୁଥିବା ଯୁବକ ଜଣକ ଦିଲ୍ଲୀ ପୁଲିସ୍‌ଙ୍କ ପୁଅ

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀ ପୁଲିସ୍‌ ଅଭିଯୁକ୍ତ ରୋହିତ ରୋମାରକୁ ଗିରଫ କରିଛି। ପୀଡ଼ିତା ନିଜେ ଦୁଷ୍କର୍ମର ଶିକାର ହୋଇଥିବା ବୟାନ ଦେବା ପରେ ପୁଲିସ୍‌ ରୋହିତକୁ ଗିରଫ କରିଛି। କିଛି ଦିନ ତଳେ ରୋହିତ ଏକ ଭାଇରାଲ୍‌ ଭିଡିଓରେ ନଜର ଆସିଥିଲେ। ଜାଣିବାକୁ ମିଳିଥିଲା ଯେ ରୋହିତ ହେଉଛନ୍ତି ଦିଲ୍ଲୀ ପୁଲିସ୍‌ ଅଧିକାରୀ ଅଶୋକ ସିଂହ ତୋମାରଙ୍କ ପୁଅ। ଭିଡିଓଟିରେ ଦେଖିବାକୁ ମିଳିଥିଲା ଯେ ରୋହିତଙ୍କର ଜଣେ ସାଙ୍ଗ ଭିଡିଓ ସୁଟ୍‌ କରୁଥିବା ବେଳେ ସେ ନିଜେ ଜଣେ ଝିଅକୁ ଅମାନୁଷିକ ଭାବେ ପିଟି ଚାଲିଥିଲେ।

ଭିଡିଓଟି ଦିଲ୍ଲୀର ଉତ୍ତମନଗରଠାରେ ଥିବା ଏକ ବିପିଓ ମଧ୍ୟରେ ଅପରାହ୍ନ ପ୍ରାୟ ୩ଟା ବେଳକୁ ସେପ୍ଟେମ୍ବର ୨ ତାରିଖରେ ସୁଟ୍‌ କରାଯାଇଥିଲା। ଉକ୍ତ ବିପିଓଟି ହେଉଛି ରୋହିତଙ୍କ ବନ୍ଧୁ ଅଲ୍ଲୀ ହସନ୍‌ଙ୍କର। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏହି ୨୧ ବର୍ଷିଅ ଅଭିଯୁକ୍ତ ଜଣେ ବେରୋଜଗାରୀ ଓ ନିକଟରେ କିଛି ଦିନ ତଳେ ବିପିଓରେ କାମ ଆରମ୍ଭ କରିଥିଲେ।

ପୀଡ଼ିତା ଦେଇଥିବା ବୟାନ ମୁତାବର ରୋହିତ ପୀଡ଼ିତାଙ୍କୁ କଲ୍‌ କରି ଉତ୍ତମନଗରରେ ଥିବା ତାଙ୍କ ବନ୍ଧୁଙ୍କ ଅଫିସ୍‌କୁ ଡକାଇଥିଲେ। ସେଠାରେ ରୋହିତ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର