ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ଏକ ଦମ୍ପତି ଯେଉଁ ଭଳି ବିପଦପୂର୍ଣ୍ଣ ମୁହୂର୍ତ୍ତର ସାମ୍ନା କରିଛନ୍ତି ସେ ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରିଉଠିବ। ଦମ୍ପତି ତାଙ୍କର ଦୁଇ ପିଲାଙ୍କୁ କାର୍ରେ ନେଇ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ଆସି ବନ୍ଧୁକ ମୁନରେ ସେମାନଙ୍କଠାରୁ ଲୁଟ୍ କରିଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି।
#WATCH Delhi: Family robbed at gunpoint by three masked miscreants at the parking of their residence in Model Town area around 3 am today. pic.twitter.com/KLFWbkMVpZ
— ANI (@ANI) July 1, 2019
ବ୍ୟକ୍ତି ଜଣକ ତାଙ୍କ ଘର ସାମ୍ନାରେ ପହଞ୍ଚି କାର୍ ପାର୍କ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ବ୍ୟକ୍ତି ଜଣକ ବାହାରକୁ ଯିବାରୁ ଦୁର୍ବୃତ୍ତମାନେ ଆସି ବନ୍ଧୁକ ଦେଖାଇ ପ୍ରଥମେ ତାଙ୍କଠାରୁ ଲୁଟ୍ କରିଥିଲେ। ପରେ ଗାଡ଼ିରେ ବସିଥିବା ତାଙ୍କ ପତ୍ନୀଙ୍କ ପାଖକୁ ଆସି ବନ୍ଧୁକ ଦେଖାଇ ବାକି ତକ ଜିନିଷ ଲୁଟି ନେଇଥିଲେ।