ନୂଆଦିଲ୍ଳୀ: ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିଲ୍ଳୀର ସ୍ୱତନ୍ତ୍ର ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତଥାକଥିତ ଦୁଷ୍କର୍ମ ପୀଡ଼ିତା ଯୁବତୀଙ୍କ ବ୍ୟାଗ୍ରୁ ତିନିଟି ବ୍ୟବହୃତ କଣ୍ଡମ ମିଳିଥିବାରୁ ଏହା ଦୁଷ୍କର୍ମ ନୁହେଁ ସହମତିରେ ଯୌନ ସଂପର୍କ ବୋଲି ଦର୍ଶାଇ କୋର୍ଟ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି। କୋର୍ଟରେ ଦୁଷ୍କର୍ମ ଅଭିଯୋଗ ଆଣିିଥିବା ଯୁବତୀ ମଞ୍ଜୁ(ଛଦ୍ମନାମ) ନିଜ ସହମତିରେ ତାଙ୍କ ପ୍ରେମିକଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ମାତ୍ର ମାଆଙ୍କ ଆଖିରେ ଧରାପଡ଼ିଯିବାରୁ ମଞ୍ଜୁ ଭୟରେ ଆସି ଏପରି ଏକ ମିଥ୍ୟର ଆଶ୍ରୟ ନେଇଥିଲେ। ଏହାଛଡ଼ା ୨୧ ବର୍ଷଅ ତାଙ୍କ ପ୍ରେମିକ ତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ବୋଲି ସେ କହିଛନ୍ତି। ସେ ଉକ୍ତ ଯୁବକଙ୍କ ପ୍ରତିଶୋଧ ନେବାକୁ ଯାଇ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ବୋଲି ଜାଣିବାକୁ ମିଳିଛି।
ସ୍ପଷ୍ଟ ହୋଇଛି ଯେ ଯଦି ମଞ୍ଜୁଙ୍କ ମାଆ ତାଙ୍କ ବ୍ୟାଗ୍ରୁ କଣ୍ଡୋମ ଦେଖି ପାରିନଥାନ୍ତେ ତେବେ ସେ ଏପରି ଅଭିଯୋଗ ଆଣିନଥାନ୍ତେ। ଏକ ଭାବପ୍ରବଣତାରେ ଆସି ମଞ୍ଜୁ ନିଜେ ଶାରୀରିକ ସଂପର୍କ ରଖିଥିଲେ ବୋଲି ମାମଲାର ବିଚାର କରୁଥିବା ଅତିରିକ୍ତ ସେସନ୍ସ ଜଜ୍ ଗୌତମ ମାନନ କହିଛନ୍ତି।
ଏହି ଘଟଣାଟି ଚଳିତବର୍ଷ ଫେବୁଆରି ମାସରେ ଘଟିଥିଲା। ଯୁବତୀ ଜଣକ ବାହାରୁ ଘରକୁ ଫେରିବା ବେଳ ତାଙ୍କ ମାଆ ତାଙ୍କ ବ୍ୟାଗ୍ରୁ ୩ଟି ବ୍ୟବହୃତ କଣ୍ଡୋମ ପାଇଥିଲେ। ଭୟରେ ଆସି ଯୁବତୀ ଜଣକ ଏକ ମିଛ କାହାଣୀ କହିପକାଇଥିଲେ। ଫଳରେ ମହିଳା ଜଣକ ପୁଲିସକୁ ଫୋନ୍ ଯୋଗେ ଡାକି ଏକ ଦୁଷ୍କର୍ମ ଅଭିଯୋଗ ଦେଇଥିଲେ।
ପୀଡ଼ିତା ଜଣକ କୋର୍ଟରେ କହିଥିଲେ ଯେ ପୁଅମାନଙ୍କ ସହ ବନ୍ଧୁତ୍ୱକୁ ନେଇ ତାଙ୍କ ବାପାମାଆ ସେତେଟା ସଚେତନ ନଥିଲେ। ସେ ପ୍ରେମରେ ଅନ୍ଧ ହୋଇ ତାଙ୍କ ପ୍ରେମିକଙ୍କ କଥାରେ ଆସି ଶାରୀରିକ ସଂପର୍କ ରଖିଥିଲେ। ଉକ୍ତ ମାମଲାର ବିଚାର କରି କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଠିକ୍-ଭୁଲ୍ର ବିଚାର କରିବାର ଉପଯୁକ୍ତ ବୟସ ଯୁବତୀଙ୍କର ହୋଇ ଯାଇଥିବା ଦର୍ଶାଇ ଅଭିଯୋଗକୁ ଭିତ୍ତିହୀନ ଘୋଷଣା କରିଛନ୍ତି।