ଦିଲ୍ଲୀରେ ସୁରକ୍ଷିତ ନୁହନ୍ତି ବୃଦ୍ଧା,୭୫ବର୍ଷୀୟା ବୃଦ୍ଧା ହେଲେ ଦୁଷ୍କର୍ମ ଉଦ୍ୟମର ଶିକାର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବୃଦ୍ଧାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉ ନାହିଁ । ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଏହା ଦିନକୁ ଦିନ ସବୁ ବୟସର ମହିଳାମାନଙ୍କ ସହ ଘଟୁଥିବା ଦେଖା ଯାଉଛି । ଏବେ ଦିଲ୍ଲୀରେ ଜଣେ ୭୫ବର୍ଷୀୟା ବୃଦ୍ଧାଙ୍କ ସହ ଦୁଷ୍କର୍ମଉଦ୍ୟମ ହୋଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ୭୫ବର୍ଷୀୟ ବୃଦ୍ଧା ଘରେ ଏକା ଥିବା ବେଳେ ସକାଳ ୭ଟାରେ ଜଣେ ଯୁବକ ମୁହଁରେ ରୁମାଲ ବାନ୍ଧି କବାଟ ବାଡ଼େଇଥିଲେ । ବୃଦ୍ଧା କବାଟ ଖୋଲିବା ପରେ ଯୁବକଜଣଙ୍କ ଘର ଭିତରକୁ ପଶି ଆସିବା ସହ କପଡ଼ାରେ ବୃଦ୍ଧାଙ୍କ ମୁହଁ ବନ୍ଦ କରି ଦେଇଥିଲେ । ପରେ ବୃଦ୍ଧାଙ୍କୁ ଖଟ ଉପରକୁ ଠେଲି ଦେବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ବିରୋଧ କରିବା ପରେ ଅଭିଯୁକ୍ତ ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଘରେ ଥିବା ଦାମୀ ଜିନିଷ ନେଇ ଫେରାର ହୋଇ ଯାଇଥିଲେ ।

TV Annapurna

ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚାଇଥିଲେ । ହୋସ ଆସିବା ପରେ ପୀଡ଼ିତା ଅଭିଯୁକ୍ତ ତାଙ୍କର ପଡ଼ୋଶୀ ଥିଲେ ବୋଲି କହିବା ସହ ତାଙ୍କ ନାମ କପିଲ କୁମାର ବୋଲି କହିଥିଲେ । ସବୁ ସୂଚନା ପାଇ ଏବେ ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର