ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଗଣମାଧ୍ୟମରେ ଛାଇ ରହିଛି ସେଇ ଗୋଟାଏ ଚାଞ୍ଚଲ୍ୟକର ଜାତୀୟ ଖବର। ଦିଲ୍ଳୀର ବୁରାଡ଼ିସ୍ଥିତ ଏକ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ ଦେହ ମିଳିବା ଘଟଣାର ଗୋଟାଏ ପରେ ଗୋଟାଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ପ୍ରଥମେ ଏହା ଏକ ହତ୍ୟା, ପରେ ଆତ୍ମହତ୍ୟା ପୁଣି ତଦନ୍ତ ପରେ ପ୍ରୋତ୍ସାହିତ କରି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦ୍ୱାରା ଏପରି ଘଟିଛି ବୋଲି ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଛି। ବାସ୍ତବରେ କାହାଣୀର ସତ୍ୟାସତ୍ୟ ଏଯାଏ ବି ଅଜଣା।
ଇତି ମଧ୍ୟରେ ବହୁ ଚାଞ୍ଚଲ୍ୟକର ତଥ୍ୟ କିନ୍ତୁ ହସ୍ତଗତ ହୋଇ ସାରିଲାଣି। ରବିବାର ପୁଲିସ୍ ହାତରେ ସେହି ଘରେ ଫଡ଼ିଥିବା ଏକ ହାତଲେଖା ମିଳିଥିଲା। ସେଥିରେ ଆତ୍ମହତ୍ୟା କରିବାର ତରିକାରୁ ନେଇ ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ସବୁ କିଛି ଲେଖାଥିଲା। ଏହି ଘଟଣାକୁ ପୁଲିସ୍କୁ ସନ୍ଦେହ ହୋଇଥିଲା ଯେ ଏମାନେ ସମସ୍ତେ କୌଣସି ଧାର୍ମିକ ଭାବନାକୁ ଭୁଲ୍ ଭାବେ ପ୍ରୟୋଗ କରି ନିଜ ପ୍ରାଣ ହରାଇଛନ୍ତି।
/sambad/media/post_attachments/wp-content/uploads/2018/07/burari-300x157.jpg)
ନିକଟରେ ସେହିପରି ଆହୁରି ଏକ ହାତଲେଖା ପୁଲିସ୍କୁ ମିଳିଛି। ଲେଖାଥିଲା କି ‘ଅନ୍ତିମ ସମୟରେ ଶେଷଇଚ୍ଛା ପ୍ରାପ୍ତ ସମୟରେ ଆକାଶ ହଲିବ। ଧରିତ୍ରୀ କମ୍ପିବ। ସେ ସମୟରେ ତୁମେ ଭୟଭୀତ ହେବ ନାହିଁ। ମନ୍ତ୍ର ଜପ ଜାରି ରଖିବ। ମୁଁ ଆସି ତୁମକୁ ଉଦ୍ଧାର କରିବି। ଅନ୍ୟମାନଙ୍କୁ ବି ଉଦ୍ଧାର କରିବି।’ ଏହି ଲେଖା କିଏ ଓ କାହିଁକି ଲେଖିଛି ତାହା ପୁଲିସ୍ର ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଏହି ଲେଖା ସହ ଦିଲ୍ଲୀରେ କିଛି ସମୟ ପାଇଁ ହୋଇଥିବା ଭୂକମ୍ପକୁ ଯୋଡ଼ିଛନ୍ତି। ଲେଖାଥିବା ମୁତାବକ ପୃଥିବୀ ଥରି ଉଠିଥିଲା ବୋଲି ପଡ଼ୋଶୀମାନେ ମତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ରବିବାର ସକାଳ ସମୟରେ ହଠାତ ଉତ୍ତର ଦିଲ୍ଲୀର ବୁରାରି ଅଞ୍ଚଳର ଏକ ଘର ମଧ୍ୟରୁ ୧୧ ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ମୃତକ ୧୧ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ। ସେଥିରେ କେତେ ଜଣ ପିଲାଙ୍କ ମୃତଶରୀର ବି ଦେଖିବାକୁ ମିଳିଥିଲା। ପଡ଼ୋଶୀମାନେ ଘଟଣା ସଂପର୍କରେ ପୁଲିସ୍କୁ ଖବର ଦେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/burari-deaths-new-delhi-india_0108dd46-7f64-11e8-bd7f-aad8d1b78451.jpg)