ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କିଛି ଅଟୋ ଚାଳକ ମିଶି ନିଜ ସାଥୀ ଅଟୋ ଚାଳକଙ୍କୁ ଗୁଳି ମାରିଥିବା ସୂଚନା ମିଳିଛି । ୫ରାଉଣ୍ଡ ଗୁଳି ମରାଯାଇଥିବା ବେଳେ ୨ଟି ଗୁଳି ପୀଡ଼ିତଙ୍କ ଦେହରେ ବାଜିଥିଲା । ତୁରନ୍ତ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କର ଅବସ୍ତା ଗୁରୁତର ଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/06/193ae9cd78ef20d276bc18bb8c8437f3_XL-300x193.jpg)
ପୁଲିସ ଦେଇଥିବା ସୂଚନା ମୁତାବକ, ଘଟଣାର ୪ଦିନ ପୂର୍ବରୁ ଅଟୋ ଷ୍ଟାଣ୍ଡକୁ ଜଣେ ମହିଳା ଆସି ନିଜ ଗନ୍ତବ୍ୟ ସ୍ଥଳର ଠିକଣା ଦେଇଥିଲେ । ଅନ୍ୟ ଅଟୋ ଚାଳକମାନେ ୪୦୦ଟଙ୍କା କହୁଥିବା ବେଳେ ରଶିଦ ୩୦୦ଟଙ୍କା ନେଇ ମହିଳାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିଥିଲେ । ଏହି ଘଟଣା ପରେ ରଶିଦଙ୍କ ସାଥୀ ଚାଳକମାନେ ରାଗିଯାଇ ଶୁକ୍ରବାର ରଶିଦଙ୍କୁ ଘର ବାହାରକୁ ଡ଼ାକି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏ ନେଇ ତୁରନ୍ତ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରଶିଦଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।