ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୟୁଟ୍ୟୁବ୍ ଉପରେ ୯.୫ଲକ୍ଷ ଟଙ୍କାର ଜରିମାନା କରିଛି । ଅଦାଲତ ଜଣେ ଡାକ୍ତରଙ୍କ ଆବେଦନ ଅନୁଯାୟୀ ଏହି ଜରିମାନା ଲଗାଇଛନ୍ତି।
ଦିଲ୍ଲୀର ଜଣେ ଡାକ୍ତର ଅଦାଲତଙ୍କୁ ତାଙ୍କ ସହିତ ଜଡ଼ିତ ଥିବା କିଛି ଆପତ୍ତିଜନକ ପୋଷ୍ଟକୁ ୟୁଟ୍ୟୁବ୍ ନିଜର ଚ୍ୟାନେଲରୁ ହଟାଇ ଦେଉ ବୋଲି ଆବେଦନ କରିଥିଲେ। ୟୁଟ୍ୟୁବ୍ ବୈଷୟିକ କାରଣ ହେତୁ ଏହି ଆପତ୍ତିଜନକ ପୋଷ୍ଟକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ ଅସମର୍ଥ ରହିଥିଲା । ଏହାପରେ ଡାକ୍ତର ଅଦାଲତର ଅାଶ୍ରୟ ନେଇଥିଲେ। ଅଦଲାତ ମାମଲାର ବିଚାର କରି ୟୁଟ୍ୟୁବ୍ ବିରୋଧରେ ୯.୫ଲକ୍ଷ ଟଙ୍କାର ଜରିମାନା କରିଛନ୍ତି।
ଜଷ୍ଟିସ୍ ନଜାମି ବଜିରି ୟୁଟୁବ୍କୁ କହିଛନ୍ତି, ଏହି ମାମଲାକୁ ନେଇ ନଅ ଥର ହୋଇଥିବା ଶୁଣାଣି ହେତୁ ପ୍ରତ୍ୟେକ ଥର ୫୦ହଜାର ଟଙ୍କା ଜରିମାନା ଆକାରରେ ପୈଠ କରିବାକୁ ପଡ଼ିବ ୟୁଟ୍ୟୁବକୁ । କୋର୍ଟ ଅଦାଲତର ସମୟ ନଷ୍ଟ କରିଥିବା ହେତୁ ୟୁଟ୍ୟୁବ ଉପରେ ଏହି ଜରିମାନା ଲଗାଇଛନ୍ତି।
ୟୁଟ୍ୟୁବ୍ କହିବାନୁସାରେ, କମ୍ପାନି କେବଳ ଏହା ସୁନିଶ୍ଚିତ କରି ପାରିବ କି ଭାରତର କୌଣସି ବ୍ୟକ୍ତି ଡାକ୍ତରଙ୍କ ଏହି ଆପତ୍ତିଜନକ ପୋଷ୍ଟ ଦେଖି ପାରିବେ ନାହିଁ। ପୋଷ୍ଟକୁ ସମ୍ପୂର୍ଣ୍ଣ ଭାବେ ହଟା ଯାଇ ପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Untitled-1-1.jpg)