ଅନ୍ୟ ପୁରୁଷ ସହ ଅବୈଧ ସଂପର୍କ ଥିବା ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରି ରାତି ସାରା ଶବ ପାଖରେ ଶୋଇ ରହିଥିଲା ସ୍ୱାମୀ

ନୂଆଦିଲ୍ଲୀ: ପର ପୁରୁଷ ସହ ଅବୈଧ ସଂପର୍କ ଥିବା ନେଇ ସନ୍ଦେହ କରି ନିଜ ପତ୍ନୀକୁ ହତ୍ୟା କରିଥିବାରୁ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଦିଲ୍ଲୀର ନିହାଲ ବିହାରରେ ରହୁଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରି ନେଇଥିବା କହିଛି ପୁଲିସ । ହତ୍ୟା ପରେ ଅଭିଯୁକ୍ତ ରାତି ସାରା ନିଜ ମୃତ ପତ୍ନୀଙ୍କ ପାଖରେ ଶୋଇଥିବା ବେଳେ ସକାଳୁ ସକାଳୁ ଫେରାର ହୋଇ ଯାଇଥିଲା ବୋଲି ପୁଲିସକୁ ଜଣାଇଛି । ସବୁ ସତ ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ବିରୋଧରେ ହତ୍ୟା ମାମଲା ରଜୁ କରାଯାଇଛି ବୋଲି କହିଛନ୍ତି ଡିସିପି ସେଜୁ କୁରୁବିଲା ।

oneindia.com

ସୂଚନା ମୁତାବକ, ଗତ ଗୁରୁବାର ନିହାଲ ବିହାରରେ ଥିବା ଏକ ଘରୁ ବବ୍‌ଲି ନାମକ ଜଣେ ମହିଳାଙ୍କ ଶବ ମିଳିବା ପରେ ପୁଲିସକୁ ଖବର ଦିଆ ଯାଇଥିଲା । ତଦନ୍ତ ପରେ ବବ୍‌ଲିଙ୍କର ତାଙ୍କ ସ୍ୱାମୀଙ୍କ ସହ କିଛି ବିବାଦ ହୋଇଥିବା ସହ ହତ୍ୟା ପରଠାରୁ ସେ ଫେରାର ଥିଲେ । ଏହା ସହ ତାଙ୍କ ଫୋନ ମଧ୍ୟ ବନ୍ଦ ଥିବା ଜାଣିବାକୁ ପାଇଥିଲା ପୁଲିସ । ଏହା ପରେ ତଦନ୍ତ ଜାରି କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ବିବାହକୁ ୧୨ବର୍ଷ ହୋଇ ସାରିଥିଲେ ମଧ୍ୟ ପତ୍ନୀଙ୍କର ବିୟୁଟି ପାର୍ଲରରେ କାମ କରୁଥିବା ଜଣେ ଯୁବକଙ୍କ ସହ ଅବୈଧ ସଂପର୍କ ଥିବା ସନ୍ଦେହ କରୁଥିଲେ ଅଭିଯୁକ୍ତ ସ୍ୱାମୀ ପ୍ରେମ୍‌ । ଏ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅଭିଯୁକ୍ତ ପ୍ରେମ୍‌ ବବ୍‌ଲିଙ୍କ ଗଳା ଚିପି ହତ୍ୟା କରିଛନ୍ତି ।

ସମ୍ବନ୍ଧିତ ଖବର