ବନ୍ଧୁକ ସହ ସେଲ୍‌ଫି ମହଙ୍ଗା ପଡ଼ିଲା: ବଳି ପଡ଼ିଲା ଜୀବନ

ନୂଆଦିଲ୍ଲୀ: ମଜାରେ ମଜାରେ ଫଟୋ ଉଠାଇବା ସଉକ ମହଙ୍ଗା ପଡ଼ିଲା। ପୁଣି ସେଲ୍‌ଫି ନେଇ ଗଲା ଆଉ ଏକ ଜୀବନ। ଦିଲ୍ଲୀର ବିଜୟ ବିହାରଠାରେ ଗୁରୁବାର ଜଣେ ୨୩ ବର୍ଷିଅ ଯୁବକ ତାଙ୍କର ଜଣେ ବନ୍ଧୁଙ୍କ ସହ ବନ୍ଧୁକ ଧରି ସେଲ୍‌ଫି ନଉଥିବା ବେଳେ ଦୁର୍ଘଟଣା ବଶତଃ ବନ୍ଧୁକଟି ଫୁଟି ଯିବାରୁ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ମୋବାଇଲ୍‌ ଫୋନ୍‌ ପୁଲିସ୍‌ ଜବତ କରିବା ପରେ ତାଙ୍କର ଏବଂ ତାଙ୍କ ବନ୍ଧୁଙ୍କର ବନ୍ଧୁକ ସହ ଗୁଡ଼ାଏ ଫଟୋ ମୋବାଇଲ୍‌ରେ ଥିବା ଦେଖିବାକୁ ମିଳିଛି। ଏପରି ଘଟଣା ନୁଆ ନୁହେଁ। ପୂର୍ବରୁ ବି ବନ୍ଧୁକ ସହ ସେଲ୍‌ଫି ନେଇ ଅନ୍ୟ ଜଣଙ୍କର ଜୀବନ ଯାଇ ସାରିଛି। ଗତ ସପ୍ତାହରେ ଦକ୍ଷିଣ ଦିଲ୍ଳୀର ସରିତା ବିହାରରେ ଏପରି ଆଉ ଏକ ଏପରି ଘଟଣା ଘଟିଥିଲା। ମାତ୍ର କିଛି ଦିନ ମଧ୍ୟରେ ଦୁଇ ଦୁଇ ଥର ସମାନ ଧରଣର ଦୁର୍ଘଟଣା ଘଟିବା ଘଟଣା ପୁଲିସ୍‌କୁ ଆହୁରି ତତ୍ପର କରାଇଛି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ ୮ ତାରିଖରେ ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଧରି ଫଟୋ ପୋଜ୍‌ ଦଉଥିବା ବେଳେ ଜଣେ ଶିକ୍ଷକଙ୍କର ଭୁଲ୍‌ ବଶତଃ ତାଙ୍କର ନାବାଳକ ସଂପର୍କୀୟ ଭାଇଙ୍କ ଦ୍ୱାରା ମୃତ୍ୟୁ ହୋଇଥିଲା। ଏ ନେଇ ଏବେ ତଦନ୍ତ ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର