ଅନୈତିକ ସଂପର୍କ ଥିବା ସନ୍ଦେହରେ ସ୍ତ୍ରୀର ପ୍ରେମିକକୁ ହତ୍ୟା କରିବାର ସୁପାରି ଦେଲା ସ୍ୱାମୀ, କିନ୍ତୁ……

ନୂଆଦିଲ୍ଲୀ : ସଂପର୍କରେ ସନ୍ଦେହ ଆସିଲେ ପରିଣତି କ’ଣ ହୁଏ ତାହାର ଅନେକ ଦୃଶ୍ୟ ପୂର୍ବରୁ ଆମେ ଦେଖିଛେ । କେବଳ ସନ୍ଦେହ ଆଧାରରେ ଲୋକେ ପରସ୍ପରକୁ ହତ୍ୟା କରିବାକୁ ପଛାନ୍ତି ନାହିଁ । ନୂଆଦିଲ୍ଲୀରେ କିଛି ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ତ୍ରୀର ପଡ଼ୋଶୀ ଯୁବକ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ସ୍ୱାମୀ ଯେଉଁ ଯୋଜନା କରିଥିଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Image result for arrest
IndiaFilings

ସୂଚନା ମୁତାବକ, ସ୍ତ୍ରୀର ପଡ଼ୋଶୀ ଯୁବକଙ୍କ ସହ ଅନୈତିକ ସଂପର୍କ ଥିବା ଜାଣି ସ୍ୱାମୀ ପ୍ରେମିକର ହତ୍ୟା ଯୋଜନା କରିଥିଲା । ଏ ନେଇ ସେ ଜଣେ ସୁପାରି କିଲରଙ୍କୁ ହତ୍ୟା କରିବାକୁ ଆଦେଶ ଦେବା ସହ ୬ଲକ୍ଷ ଟଙ୍କାର ବନ୍ଧୁକ କିଣି ଦେଇଥିଲେ । ଅଭିଯୁକ୍ତଜଣଙ୍କ ଜୁଲାଇ ୨୩ରେ ପୀଡ଼ିତ ପ୍ରେମିକ ଉପରକୁ ଗୁଳି ଚଳାଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ପୀଡ଼ିତ ।ପରେ ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ । ଗିରଫ ହେବା ପରେ ପଚରାଉଚରା କରାଯିବାରୁ ମୋତେ ଏଭଳି କରିବା ପାଇଁ ସୋନୁ ପଣ୍ଡିତ କହିଥିବା ପୁଲିସକୁ ଜଣାଇଥିଲେ ଅଭିଯୁକ୍ତ ।

ସମ୍ବନ୍ଧିତ ଖବର