ଗ୍ୟାଙ୍ଗ୍‌ ଓ୍ଵାର୍‌ର ପରିଣତି: ସ୍କର୍ପିଓ ଉପରକୁ ୫୦ଟି ଗୁଳି ଚଳାଇ ଜେଲ୍‌ ଫେରନ୍ତା ବ୍ୟକ୍ତିଙ୍କୁ ହତ୍ୟା

ନୂଆଦିଲ୍ଲୀ: ବୁଧବାର ରାତିରେ ଦିଲ୍ଲୀର କଞ୍ଝାଓ୍ଵାଲା ଅଞ୍ଚଳରେ ଏକ ସ୍କର୍ପିଓ କାର୍‌ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ୫୦ ରାଉଣ୍ଡ୍‌ ଗୁଳି ଚଳାଇ ହତ୍ୟା କରାଯାଇଥିବା କଥା ପୁଲିସ କହିଛି। ନରହତ୍ୟା ଉଦ୍ୟମ ମାମଲାରେ ସେ ବ୍ୟକ୍ତିଜଣକ ନିକଟରେ ଜେଲ୍‌ରୁ ମୁକୁଳି ଥିଲେ।

ରୋହିଣୀ ଜିଲ୍ଲାର ଡେପୁଟି ପୁଲିସ କମିସନର୍‌ ଏସ୍‌ଡି ମିଶ୍ର କହିଛନ୍ତି ଯେ ଏହା ଗ୍ୟାଙ୍ଗ୍‌ ଓ୍ଵାର୍‌ର ପରିଣତି ଭଳି ମନେହେଉଛି।

ମୃତ ବ୍ୟକ୍ତିଜଣକ କରାଲା ଗ୍ରାମର ଅଞ୍ଚିଲ୍‌ ବୋଲି ଡିସିପି କହିଛନ୍ତି। ବୁଧବାର ରାତିରେ ସେ ନିଜର କଳା ସ୍କର୍ପିଓରେ ଲାଡ଼ପୁର ଗାଁକୁ ଯାଉଥିବା ବେଳେ ଦଳେ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ।

Image Source: News Nation

ଡିସପି ମିଶ୍ର କହିଛନ୍ତି ଯେ ଆକ୍ରମଣକାରୀମାନେ ମଧ୍ୟ ଅନ୍ୟ ଏକ ସ୍କର୍ପିଓରେ ଯାଉଥିବା ଭଳି ଜଣାପଡୁଛି। ଅନ୍ୟୂନ ୫୦ ରାଉଣ୍ଡ୍‌ ଗୁଳି ଫୁଟାଯାଇଛି। ଏହା କୌଣସି ଗ୍ୟାଙ୍ଗ୍‌ ଓ୍ଵାର୍‌ର ପରିଣତି ଭଳି ଜଣାପଡୁଛି।

ହତ୍ୟାକାରୀମାନଙ୍କୁ ଚିହ୍ନଟ କରି ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର