ନାବାଳିକା ପ୍ରେମିକାର ଅନ୍ୟ ଯୁବକ ସହ ସଂପର୍କ ଥିବା ସନ୍ଦେହ କରି ହତ୍ୟା କଲା ପ୍ରେମିକ, ଦୁଇ ଖଣ୍ଡ କରି ନାଳରେ ଫିଙ୍ଗି ଦେଲା

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଥରେ ଏକ ଚାଞ୍ଚଲ୍ୟ ଖେଳାଇ ଦେବା ଭଳି ଘଟଣା ଘଟିଛି । ଅନ୍ୟ ଜଣେ ଯୁବକ ସହ ସଂପର୍କ ଥିବା ସନ୍ଦେହ କରି ପ୍ରେମିକ ନିଜ ପ୍ରେମିକାକୁ ବୀଭତ୍ସ ଭାବେ ହତ୍ୟା କରିଛି । ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ନାଳରେ ଫିଙ୍ଗା ଯାଇଥିବା ନାବାଳିକାଙ୍କ ମୃତଦେହକୁ ମଧ୍ୟ ଜବତ କରିଛି ପୁଲିସ ।

India.com

ସୂଚନା ମୁତାବକ, ସୂଚନା ମୁତାବକ,ଦକ୍ଷିଣ-ପୂର୍ବ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ରହୁଥିବା ରିଜଓ୍ଵାନ୍‌ ସେହି ଅଞ୍ଚଳର ଜଣେ ନାବାଳିକାକୁ ଭଲ ପାଉଥିଲେ । କିନ୍ତୁ ନାବାଳିକାଙ୍କ ଅନ୍ୟ ଯୁବକଙ୍କ ସହ ସଂପର୍କ ଥିବା ଜାଣି ସେ ସହି ପାରି ନଥିଲେ । ହତ୍ୟାର ଯୋଜନା ପ୍ରସ୍ତୁତ କରିବା ସହ ରବିବାର ରାତିରେ ଏକ ଧାରୁଆ ଅସ୍ତ୍ରରେ ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିଥିଲେ । ପରେ ଶରୀରରୁ ମୁଣ୍ଡକୁ ଅଲଗା କରି ଦୁଇଟି ବ୍ୟାଗ୍‌ରେ ଭର୍ତ୍ତି କରିବା ସହ ବରପୁଲ୍ଲା ଫ୍ଲାଏଓଭର ପାଖରେ ଥିବା ଏକ ନାଳରେ ଫିଙ୍ଗି ଦେଇଥିଲେ । ପରେ ପୁଲିସକୁ ଏ ନେଇ ଖବର ମିଳିବା ପରେ ଅଭିଯୁକ୍ତ ରିଜଓ୍ଵାନ୍‌ଙ୍କୁ ଗିରଫ କରିଛି ପୁଲିସ । ଅନ୍ୟ ପକ୍ଷରେ ପୁଲିସ ନାଳକୁ ଯାଇ ପୀଡ଼ିତାଙ୍କ ମୃତ ଦେହ ଉଦ୍ଧାର କରିବ ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର