ସାଙ୍ଗର ଜନ୍ମଦିନ ପାଲଟିଲା ମୃତ୍ୟୁଦିନ! ଗୀତ ବଦଳାଇବାକୁ ନେଇ ଡିଜେ ସହ ଝଗଡ଼ା ହେଲା କାଳ

ନୂଆଦିଲ୍ଲୀ :ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଲେ ଯୁବକ । ଦିଲ୍ଲୀର ଏକ ବାର୍‌ରେ ସାଙ୍ଗର ଜନ୍ମଦିନ ପାଳନ କରୁଥିବା ବେଳେ ବାର୍‌ର ଡ଼ିଜେ ସହ ଗୀତ ବଦଳାଇବାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଡ଼ିଜେ ଯୁବକଙ୍କ ପେଟରେ ଛୁରା ମାଡ଼ କରିଥିଲେ । ଏହି ଘଟଣାରେ ଜଣେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଏ ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡ଼ିଜେକୁ ଗିରଫ କରିିଛି ।

deccanchronicle.com

ସୂଚନା ମତାବକ, ଇସ୍‌ମିତ୍‌ ନାମକ ଯୁବକ ନିଜର ଜନ୍ମଦିନ ପାଳନ କରିବା ପାଇଁ ଦିଲ୍ଲୀର ଏକ ବାର୍‌ରେ ପାର୍ଟି କରିଥିଲେ । ତାଙ୍କ ସହ ତାଙ୍କର ୧୦ଜଣ ସାଙ୍ଗ ମଧ୍ୟ ଯାଇଥିଲେ । କିଛି ସମୟ ପାର୍ଟି କରିବା ପରେ ଇସ୍‌ମିତ୍‌ଙ୍କ ଜଣେ ସାଙ୍ଗ ବିଜୟଦୀପ୍‌ ଗୀତ ବଦଳାଇବା ପାଇଁ ଡ଼ିଜେକୁ ଯାଇ କହିଥିଲେ । ବିଜୟଦୀପ୍‌ଙ୍କ କହିବା ସତ୍ତ୍ୱେ ମଧ୍ୟ ଡ଼ିଜେ ଦୀପକ ଗୀତ ବଦଳାଇ ନଥିଲେ । ଏଥିରେ ରାଗି ଯାଇ ବିଜୟଦୀପ୍‌ ଏବଂ ତାଙ୍କ ସାଙ୍ଗମାନେ ଝଗଡ଼ା ଆରମ୍ଭ କରିବା ସହ ମଦ ବୋତଲକୁ ଭାଙ୍ଗିବା ଆରମ୍ଭ କରିଥିଲେ । ଏହା ଦେଖି ଡ଼ିଜେ ଦୀପକ ରାଗିଯାଇ ନିଜ ପାଖରେ ଥିବା ଛୁରୀକୁ ବାହାର କରି ବିଜୟଦୀପ୍‌ଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ବିଜୟଦୀପ୍‌ ମୃତ୍ୟୁବରଣ କରିଥିଲେ । ଅନ୍ୟପକ୍ଷରେ ଠିକ୍‌ ସମୟରେ ପୁଲିସ ସେଠାରେ ପହଞ୍ଚିଯିବାରୁ ବାର୍‌ର ଅନ୍ୟ କର୍ମଚାରୀ ସେଠାରୁ ଖସି ପଳାଇଥିବା ବେଳେ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର