ପ୍ରେମିକାକୁ ଆଇଫୋନ ଉପହାର ଦେବା ପାଇଁ ଡେଲିଭରୀ ବଏଙ୍କୁ ଲୁଟିଲେ ଦୁଇ ଯୁବକ

ନୂଆଦିଲ୍ଲୀ : ଦିଲ୍ଲୀରେ ଦୁଇ ପ୍ରେମିକ ନିଜ ନିଜର ପ୍ରେମିକାମାନଙ୍କୁ ଉପହାର ଦେବା ପାଇଁ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହେଁ ଏକ ଅନ୍‌ଲାଇନ୍‌ ସପିଂ ସାଇଟ୍‌ର ଡେଲିଭରୀ ବଏଠାରୁ ଚୋରି କରିଥିବା ବେଳେ ପୁଲିସ ଦୁହିଁଙ୍କୁ ଗିରଫ କରି ନେଇଛି । ଜଣେ ଶାସ୍ତ୍ରୀ ନଗରର ଶଶାଙ୍କ ଅଗ୍ରଓ୍ଵାଲ ବୋଲି ଜଣା ପଡ଼ିଥିବା ବେଳେ ଆଉ ଜଣେ ଶକୁରବସ୍ତିର ଅମର ସିଂହ ବୋଲି ଜଣା ପଡ଼ିଛି ।

Related image
myanmarnews.net

ସୂଚନା ମୁତାବକ, ଗୁରୁବାର ଜିନିଷ ଡେଲିଭର କରିବା ପାଇଁ ପଞ୍ଜାବୀ ବାଗ୍‌ ଆସିଥିଲେ ଡେଲିଭରୀ ବଏ । ଏହି ସମୟରେ ଦୁହେଁ ଡେଲିଭରୀ ବଏ ଆଣିଥିବା ପାର୍ସଲକୁ ଛଡ଼ାଇ ନେଇଥିଲେ । ଚୋରି କରାଯାଇଥିବା ପାର୍ସଲରେ ମୋବାଇଲ ଫୋନ ଓ ବିଭିନ୍ନ ଦାମୀ ଜିନିଷ ଥିଲା ବୋଲି କହିଛି ପୁଲିସ । ଅଭିଯୋଗ ପାଇ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦୁହେଁ ପୂର୍ବରୁ ଜିନିଷ ଡେଲିଭର କରିବାର କାମ କରୁଥିଲେ ବୋଲି ସାମ୍ନାକୁ ଆସିଥିଲା । ଯାହା ପାଇଁ ଦୀପାବଳି ସମୟରେ ଲୋକେ ଦାମୀ ଜିନିଷ ଅର୍ଡର କରୁଥିବା କଥା ସେମାନେ ଭଲ ଭାବରେ ଜାଣିଥିଲେ । ନିଜ ନିଜର ପ୍ରେମିକାମାନଙ୍କୁ ଉପହାର ଦେବା ପାଇଁ ସେମାନେ ଏହି ସମୟକୁ ବାଛିବା ସହ ଚୋରି କରିଥିଲେ । ଦୁହିଁଙ୍କୁ ଗିରଫ କରାଯିବା ପରେ ଚୋରି କରାଯାଇଥିବା ଜିନିଷକୁ ଜବତ କରି ନେଇଛି ପୁଲିସ ।

ସମ୍ବନ୍ଧିତ ଖବର