ସୁଶାନ୍ତ ସିଂ ମୃତ୍ୟୁ ମାମଲା : ମିଥ୍ୟା ପ୍ରଚାର ଅଭିଯୋଗରେ ଓକିଲ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ମୁମ୍ବାଇ ପୁଲିସର ସାଇବର ସେଲ୍ ଦିଲ୍ଲୀର ଜଣେ ବାସିନ୍ଦାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନିଜକୁ ଜଣେ ଓକିଲ ବୋଲି ଦାବି କରିଛନ୍ତି। ଆଇପିସି ଓ ଆଇଟି ଆକ୍ଟ ଆଧାରରେ ଗିରଫ ହୋଇଥିବା ଏହି ଅଭିଯୁକ୍ତ ଓକିଲଙ୍କ ନାମ ବିଭୋର ଆନନ୍ଦ ବୋଲି ଜଣାପଡ଼ିଛି। ଏହାସହିତ  ଏହି ବ୍ୟକ୍ତିଙ୍କ ଟୁଇଟର ଆକାଉଣ୍ଟକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଗାଇଡଲାଇନ ଉଲଂଘନ କରୁଥିବା ଅଭିଯୋଗରେ ବ୍ଲକ କରି ଦିଆଯାଇଛି।

Advocate Vibhor Anand arrested by Mumbai Police Cyber Cell in Delhi
OpIndia

ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଡିସିପି ଆକବର ପଠାନଙ୍କ କହିବା ଅନୁସାରେ, ବିଭୋର ଆନନ୍ଦ ଅଭିନେତା ସୁଶାନ୍ତ ଓ ତାଙ୍କ ମ୍ୟାନେଜର ଦିଶା ସାଲିୟାଙ୍କ ମୃତ୍ୟୁ ମାମଲାକୁ ନେଇ ମନଗଢ଼ା କାହାଣୀ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାସହ ମୁମ୍ବାଇ ପୁଲିସକୁ ନେଇ ଅଶ୍ଳୀଳ ଟିପ୍ପଣୀ ବି କରିଥିଲେ।

सुशांत सिंह राजपूत केस में फेक न्यूज फैलाने के आरोप में दिल्ली का एक शख्स अरेस्ट

କେବଳ ଏତିକି ନୁହେଁ, ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ବିଭୋର ସୋସିଆଲ୍‌ ମିଡିଆରେ ଆନନ୍ଦ ଆପତ୍ତିଜନକ ପୋଷ୍ଟ କରୁଥିଲେ। ତେବେ ତାଙ୍କୁ ଦିଲ୍ଳୀରୁ ଗିରଫ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ମୁମ୍ବାଇ ଆଣିଛି । ବିଭୋର ଆନନ୍ଦ ଦିଶା ସାଲିୟାଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଅଭିଯୋଗ ଆଣି କହିଥିଲେ, ଦିଶା ସାଲିୟା ସୁଶାନ୍ତ ସିଂଙ୍କ ମ୍ୟାନେଜର ଭାବରେ କାମ କରୁଥିଲେ। ମୁମ୍ବାଇର ଏକ କୋଠାର ୧୪ ତମ ମହଲାରୁ ଖସିପଡିବାରୁ ଜୁନ୍ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆନନ୍ଦ ଟ୍ୱିଟରରେ ଦାବି କରିଥିଲେ ଯେ ସାଲିୟାଙ୍କୁ ହତ୍ୟା କରାଯାଇଥିଲା ଏବଂ ଏହା ପୂର୍ବରୁ ସେ ଦୁର୍ଷ୍କର ଶିକାର ବି ହୋଇଥିଲେ। ଏହା ପଛରେ ବଲିଉଡର ଅନେକ ବଡ ବ୍ୟକ୍ତିଙ୍କ ହାତ ରହିଛି।

ସମ୍ବନ୍ଧିତ ଖବର