କୁକୁର ଭୁକିବାକୁ ନେଇ ନାବାଳକ ବୃଦ୍ଧଙ୍କୁ ରଡରେ ପିଟି କଲା ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ନଜଫଗଡର ନାଙ୍ଗଲା ଡେରି ଗ୍ରାମରେ ଜଣେ ବୃଦ୍ଧଙ୍କୁ ନାବାଳକ ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୁକୁର ଭୁକିବା କାରଣରୁ ନାବାଳକ ରାଗି ଯାଇ ବୃଦ୍ଧଙ୍କୁ ହତ୍ୟା କରିଥିବା କୁହାଯାଉଛି। ମୃତ ବୃଦ୍ଧଙ୍କ ନାମ ଅଶୋକ କୁମାର ବୟସ ୮୫ବର୍ଷ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ମୃତ ଅଶୋକ କୁମାରଙ୍କ ସ୍ତ୍ରୀ ମିଣା କହିଛନ୍ତି,  ମାର୍ଚ୍ଚ ୧୮ରେ ଘଟିଥିବା ଏହି ଘଟଣାରେ ଜଣେ ୧୭ ବର୍ଷର ନାବାଳକ ଅଶୋକ କୁମାରଙ୍କୁ ଲୁହା ରଡରେ ବାଡେଇ ଲହୁଲୁହାଣ କରିଥିଲା। ଏହାପରେ ଭୟରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ସ୍ଥାନୀୟଲୋକେଅଶୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥି‌ଲେ। ଅଭିଯୋଗ ହେବା ପରେ ପୁଲିସ ନାବାଳକକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି କି କୁକୁର ଭୁକିବା କାରଣରୁ ନାବାଳକ ବିରକ୍ତ ହୋଇ କୁକୁରକୁ ବାଡେଇଥିଲା। କୁକୁରକୁ ଉଦ୍ଧାର କରିବାକୁ ଆସିବାରୁ ନାବାଳକ ବୃଦ୍ଧଙ୍କୁ ବି ଲୁହ ରଡ଼ରେ ବା‌ଡେଇବାକୁ ଆରମ୍ଭ କରିଥିଲା। ଫଳରେ ନାବାଳକ ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର