ବିନା ମଜୁରିରେ ନିର୍ଯାତିତ ହୋଇ କାମ କରୁଥିଲେ ଗୃହ ସହାୟିକା, ତଦନ୍ତ ଆରମ୍ଭ

ନୂଆଦିଲ୍ଳୀ: ରାଜଧାଦୀ ଦିଲ୍ଳୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୃହ ସହାୟିକା ଭାବେ କାର୍ଯ୍ୟ କରୁଥିବା ଜଣେ ୧୭ ବର୍ଷୀୟା ନାବାଳିକା ନିର୍ଯାତନାର ଶିକାର ହେବା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ସେ ଏକ ପ୍ଲେସ୍‌ମେଣ୍ଟ୍‌ ଏଜେନ୍ସିରେ ଗୃହ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ବିହାରରୁ ପରିବାର ସହ ଦିଲ୍ଳୀ ଆସିଥିବା ଏହି ମହିଳା ଜଣଙ୍କୁ ପ୍ରଥମରୁ ତାଙ୍କ କାମ ବଦଳରେ ତାଙ୍କୁ ୧୨ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ବିନା ପାରିଶ୍ରମିକରେ ପରିଶ୍ରମ କରିବା‌କୁ ପଡ଼ିଥିଲା ବୋଲି ଅଭିଯୋଗ ହୋଇଛି।

ମହିଳାଙ୍କୁ କାମ ଦେଇଥିବା ନିଯୁକ୍ତିଦାତା ଜଣକ ହେଉଛନ୍ତି କିର୍ତ୍ତୀ ନଗରର। ଅଭିଯୋଗ ହୋଇଛି ଯେ ‌ନିଯୁକ୍ତିଦାତା ମହିଳାଙ୍କୁ ଟଙ୍କା ନଦେଇ କାମ କରିବା ପାଇଁ ବାଧ୍ୟ କରାଉଥିଲେ। ସେ ପ୍ରତିବାଦ କରିବାରୁ ନିଯୁକ୍ତିଦାତା ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଘଟଣାଟି ହେଉଛି ଏପ୍ରିଲ୍‌ ୧୪ ତାରିଖର। ମହିଳାଙ୍କ ମାଆ ଏ ନେଇ ଏକ ସ୍ବେଚ୍ଛା‌ସେବୀ ସଂଗଠନରେ ଅଭିଯୋଗ ଆଣିଥିଲେ। ପରେ ଘଟଣାର ଖୋଳତାଢ଼ ହେବା ପରେ ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି।

 

ସମ୍ବନ୍ଧିତ ଖବର