ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଆପ୍‌ ଟିକ୍‌ଟକ୍‌ରେ ସକ୍ରିୟ ଥିବା ୨୭ ବର୍ଷିୟ ଜିମ୍‌ ଟ୍ରେନର୍‌ଙ୍କୁ ମଙ୍ଗଳବାର ସନ୍ଧ୍ୟା ବେଳେ ଦିଲ୍ଲୀ ଉପନଗରୀର ନଜାଫଗଡ଼ର ଗୋଟାଏ ଦୋକାନରେ ତିନି ଜଣ ବ୍ୟକ୍ତି ଗୁଳି ମାରି ହତ୍ୟା କରିଥିଲେ। ତାଙ୍କର ଟିକ୍‌ଟକ୍‌ରେ ୫.୧୭ ଲକ୍ଷ ଫଲୋଅର୍ସ ଥିବା ବେଳେ  ତାଙ୍କ ଘର ହରିୟାଣାର ବଦାଉଗଡ଼ ଥିଲା ବୋଲି ଜଣା ପଡ଼ିଛି । କିନ୍ତୁ ସେ ସବୁବେଳେ ନଜାଫଗଡ଼ସ୍ଥିତ ତାଙ୍କ ଘରେ ରହୁଥିଲେ।

Advertisment

ତେବେ ୩ଦିନ ମଧ୍ୟରେ ପୁଲିସ ମୋହିତଙ୍କ ହତ୍ୟାକାରୀକୁ ଖୋଜି ବାହାର କରି ଦେଇଛି । ସିସିଟିଭିକୁ ଆଧାର କରି ପୁଲିସ ଜଣେ ୧୭ବର୍ଷୀୟ ନାବାଳକକୁ ଗିରଫ କରିଥିବା ବେଳେ ପଚରାଉଚରା ଆରମ୍ଭ କରିଛି । ଏତେ କମ ବୟସର ପିଲା ସହ ମୋହିତଙ୍କର  କ’ଣ ଶତ୍ରୁତା ରହିଥିଲା, ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । 

publive-image SpotboyE

ହତ୍ୟାକାଣ୍ଡ ପରେ, ରବିବାର ଦିନ ଦ୍ୱାରକା ମୋଡ୍‌ରେ ଗ୍ୟାଙ୍ଗ୍‌ଓ୍ଵାର୍‌ ହୋଇ ଦୁଇ ଅପରାଧୀ ଗୁଳି ଚୋଟରେ ମରିଥିଲେ। ଏହି ଗ୍ୟାଙ୍ଗ୍‌ଓ୍ଵାର୍‌ ସହ ମୋହିତ ସମ୍ପୃକ୍ତ କି, ନାହିଁ ତାହାର ତଦନ୍ତ ଚାଲିଛି। କିନ୍ତୁ ତାଙ୍କ ସମ୍ପୃକ୍ତିର କୌଣସି ସୁରାକ ମିଳିନାହିଁ। ପୁଲିସ କମିସନର ଆଣ୍ଟୋ ଆଲ୍‌ଫୋନ୍‌ସ୍‌ କହିଛନ୍ତି ମୋର୍‌ଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ।