ନୂଆଦିଲ୍ଲୀ: ଅନେକ ମାସ ହେବ ଜଣେ ବନ୍ଧୁଙ୍କ ୧୪ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସମ୍ପ୍ରତି ଶିଶୁ ଯୌନ-ଉତ୍ପୀଡ଼ନ ମାମଲାର ସମ୍ମୁଖୀନ ହୋଇଥିବା କଥା ପୁଲିସ କହିଛି।

Advertisment

ଶିଶୁ ଯୌନ-ଉତ୍ପୀଡ଼ନ ପ୍ରତିରୋଧ କରିବା ଲାଗି ‘ଆଇପିସି’ର ବିଭିନ୍ନ ଧାରା ଓ କଠୋର ‘ପୋକ୍‌ସୋ’ ଆଇନ ଅନୁସାରେ, ଦିଲ୍ଲୀ ପୁଲିସ ଉକ୍ତ ବରିଷ୍ଠ ସରକାରୀ ଅଧିକାରୀଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରିଛନ୍ତି। ଏହି ଅପକର୍ମରେ ତାଙ୍କୁ ସହଯୋଗ କରିଥିବାରୁ ତାଙ୍କ ସ୍ତ୍ରୀ’ଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି।

publive-image Image Courtesy of The Indian Express

ସଂଗୃହୀତ ସୂଚନା ଅନୁସାରେ, ଝିଅଟି ଦ୍ବାଦଶ ଶ୍ରେଣୀରେ ପଢ଼େ। ୨୦୨୦ରେ ତା’ ବାପାଙ୍କର ଦେହାନ୍ତ ହୋଇଯିବାରୁ ଉକ୍ତ ସରକାରୀ ଅଧିକାରୀ ତାକୁ ଆଣି ନିଜ ଘରେ ଆଶ୍ରୟ ଦେଇଥିଲେ।

ଥାନାରେ କରିଥିବା ଅଭିଯୋଗରେ ସେ ଉଲ୍ଳେଖ କରିଛି, ୨୦୨୦ରୁ ୨୦୨୧ ମଧ୍ୟରେ ସରକାରୀ ଅଧିକାରୀଜଣକ ତା’ ସହିତ ବହୁବାର ଦୁଷ୍କର୍ମ କରିଥିଲେ। ସେ ଅନ୍ତଃସତ୍ତ୍ବା ହେବା ପରେ ଅଭିଯୁକ୍ତ ଏକଥା ତାଙ୍କ ସ୍ତ୍ରୀଙ୍କୁ କହିଲେ। ତାଙ୍କ ସ୍ତ୍ରୀ ପୁଅ ହାତରେ ଔଷଧ ମଗାଇ ଘରେ ତା’ର ଗର୍ଭପାତ କରାଇଲେ।

ସମ୍ପ୍ରତି ସେ ନାବାଳିକା ଚିକିତ୍ସାଧୀନ ଅଛି। ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ରେକର୍ଡ କରାଯିବ। ଦିଲ୍ଲୀ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।