ନୂଆଦିଲ୍ଲୀ : ନିଜକୁ ଫଟୋ ସାମ୍ବାଦିକ ବୋଲି କହି ପେଜ୍-୩ ପାର୍ଟିକୁ ଯାଉଥିବାରୁ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଜଣଙ୍କ ନକଲି ପରିଚୟ ନେଇ ପାର୍ଟିକୁ ଯିବା ସହ ସେଠାରେ ମଦ ପିଇ ସେଲିବ୍ରିଟିମାନଙ୍କ ସହ ଫଟୋ ଉଠାଉଥିଲେ । ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ଅଭିଯୁକ୍ତକୁ ଗୁରୁବାର ଗିରଫ କରିଛି ପୁଲିସ । ଅଭିଯୁକ୍ତର ନାଁ ଆଶିଷ ଜନ୍ ବୋଲି ଜଣା ପଡ଼ିଛି । ଗିରଫ ପରେ ଭଲ ଖାଇବା ଏବଂ ଭଲ ମଦ ପିଇବା ପାଇଁ ସେ ପାର୍ଟିକୁ ଯାଉଥିବା ସ୍ୱୀକାର କରିଛନ୍ତି ।
/sambad/media/post_attachments/wp-content/uploads/2019/04/crime-1556361557-300x225.jpg)
ସୂଚନା ମୁତାବକ, ସାକ୍ଷାତକାର ନେବା ବାହାନାରେ ଆଶିଷ ପାର୍ଟିକୁ ଯାଉଥିଲେ । ସେଠାକୁ ଯିବା ପରେ ସାକ୍ଷାତକାର ନେବା ପରିବର୍ତ୍ତେ ସେ ଖାଇବା ପିଇବାରେ ମଜି ଯାଉଥିଲେ । ଗୁରୁବାର ଦିଲ୍ଲୀର ଏକ ହୋଟେଲକୁ ଯିବାକୁ ଦିଆ ନ ଯିବାରୁ ସେ ଫାଟକ ଭାଙ୍ଗି ଯିବା ପାଇଁ ଚେଷ୍ଟା କରିଥିଲେ । ଏହା ପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ହୋଟେଲର କର୍ମଚାରୀଙ୍କୁ ପୂର୍ବରୁ ଅଭିଯୁକ୍ତର ଫଟୋ ଦିଆ ଯାଇଥିବାରୁ ସେମାନେ ଆଶିଷଙ୍କୁ ଭିତରକୁ ଯିବା ପାଇଁ ଦେଇ ନଥିଲେ ବୋଲି କହିଛି ପୁଲିସ ।