ଚାପୁଡ଼ାର ପ୍ରତିଶୋଧ ନେବାକୁ ଯାଇ ବୀମା ଏଜେଣ୍ଟକୁ ହତ୍ୟା କଲେ ଯୁବକ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ଥିବା ଏକ ପାର୍କରେ ଜନୈକ ୪୫ବର୍ଷିୟ ବୀମା ଏଜେଣ୍ଟଙ୍କ ମୃତ ଦେହ ମିଳିବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ, ଏହି ମାମଲାର ଅଭିଯୁକ୍ତ ଦର୍ଜି ଶାହିଦ୍‌କୁ ଗିରଫ କରିଛି ପୁଲିସ । ଗିରଫ କରିବା ପରେ ମୃତ ବୀମା ଏଜେଣ୍ଟ ଅନୀଲ ଶାହୀଦ୍‌ଙ୍କୁ ଅପମାନିତ କରିବା ସହ ଚାପୁଡ଼ା ମାରିଥିଲେ । ଯାହାର ପ୍ରତିଶୋଧ ନେବାକୁ ଯାଇ ମୁଁ ତାଙ୍କୁ ହତ୍ୟା କରିଛି ବୋଲି ଶାହୀଦ୍‌ ପୁଲିସ୍‌ ନିକଟରେ ସ୍ୱୀକାର କରିଥିବା ଜଣା ପଡ଼ିଛି ।

Slator

ଅନୀଲଙ୍କ ପଡ଼ୋଶୀ ଘରେ ଶାହୀଦ୍‌ ନିଜର ଦୋକାନ କରିଥିବା ବେଳେ ସିସିଟିଭିରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ଝଗଡ଼ା କଏଦ୍‌ ହୋଇଥିଲା । ଯାହାକୁ ନେଇ ପୁଲିସ ଶାହିଦ୍‌ଙ୍କୁ ଗିରଫ କରିଥିଲା । ସୂଚନା ମୁତାବକ, ମାସେ ପୂର୍ବରୁ ପାର୍କିଙ୍ଗକୁ ନେଇ ଶାହିଦ୍‌ ଏବଂ ଅନୀଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଅଧିକ ବଢ଼ିଯିବାରୁ ଅନୀଲ ସର୍ବ ସମ୍ମୁଖରେ ଶାହୀଦ୍‌ଙ୍କ ଚାପୁଡ଼ା ମାରିଥିଲେ । ଏହି ଘଟଣା ପରେ ଏହାର ପ୍ରତିଶୋଧ ନେବା ପାଇଁ ଅନୀଲଙ୍କୁ ହତ୍ୟା କରିବା ଯୋଜନା କରିଥିଲେ ଶାହୀଦ୍‌ ।
ସବୁ ଦିନର ଗତିବିଧି ଉପରେ ନଜର ରଖିବା ପରେ ଅନୀଲ ସବୁ ଦିନ ରାତି ୧୦ଟାରେ ଧୂମପାନ କରିବା ପାଇଁ ଘର ପାଖରେ ଥିବା ପାର୍କକୁ ଯାଉଥିବା ଜାଣି ପାରିଥିଲେ ଶହୀଦ୍‌ । ଯାହା ପରେ ସେ ଘଟଣା ଘଟିଥିବା ଦିନ ଯୋଜନା ମୁତାବକ ଅନୀଲଙ୍କୁ ପାର୍କରେ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର