୮ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରି ୮୭ ବର୍ଷିୟ ବୃଦ୍ଧ ଗିରଫ

ନୂଆଦିଲ୍ଲୀ: ଜଣେ ୮ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୮୭ ବର୍ଷିୟ ବୃଦ୍ଧଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।
ଅଭିଯୁକ୍ତ ଉତ୍ତର ଦିଲ୍ଲୀ ଅନ୍ତର୍ଗତ ନରେଲା ଅଞ୍ଚଳର ବାସିନ୍ଦା।

ପୁଲିସ ତରଫରୁ ପ୍ରକାଶ ଯେ ଘୃଣ୍ୟ ଅପରାଧଟି ଡିସେମ୍ବର ୪ ତାରିଖର ଘଟଣା। ଝିଅଟି ତାଙ୍କ ଘର ବାହାରେ ଖେଳୁଥିବାବେଳେ ବୃଦ୍ଧଜଣକ ତାକୁ ଭୁଲାଇ ରୋହିଣୀରେ ଥିବା ଏକ ଅସ୍ଥାୟୀ ଖମାରକୁ ନେଇ ଯାଇଥିଲେ। ସେଠାରେ ଝିଅଟିକୁ ଏକ ଛାତ ନ ଥିବା ଘରେ ପୂରାଇ ତା’ ସହ ଦୁଷ୍କର୍ମ କରିଥିଲେ।

ଖମାର ପାଖରେ ଥିବା ଅନ୍ୟ ଜଣକ ଘରର ବାଲ୍‌କୋନିରେ ଥିବା ଜଣେ ମହିଳା ବୃଦ୍ଧଙ୍କ ସହ ଝିଅଟିକୁ ଦେଖି ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ଘଟନାସ୍ଥଳକୁ ଧାଇଁ ଯାଇଥିଲେ। କିନ୍ତୁ, ଏଥିପୂର୍ବରୁ ହୋହଲ୍ଲା ଶବ୍ଦ ଶୁଣି ଅଭିଯୁକ୍ତ ଖସି ପଳାଇଥିଲେ।

ବାଳିକାଟିକୁ ଡାକ୍ତରୀ ମାଇନା ପାଇଁ ନିଆ ଯାଇ ଏକ ମାମଲା ରୁଜୁ କରାଯାଇଥିଲା। ସେହି ଦିନ ସେ ଅଞ୍ଚଳରୁ ଅଭିଯକ୍ତଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର