ପଚରାଉଚୁରା ପାଇଁ ରୋହିତ ଶେଖରଙ୍କ ପତ୍ନୀଙ୍କୁ ହାଜତକୁ ନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀ ପୁଲିସ ପଚରାଉଚୁରା ପାଇଁ ରୋହିତ ଶେଖରଙ୍କ ପତ୍ନୀ ଅପୂର୍ବା ଓ ଦୁଇ ଗୃହ ସହାୟିକାଙ୍କୁ ହାଜତକୁ ନେଇଛି।
ହତ୍ୟା ଘଟଣାରେ ପୁଲିସ ଅପୂର୍ବାଙ୍କୁ ପ୍ରମୁଖ ସନ୍ଦିଗ୍ଧ ବୋଲି ବିଚାର କରୁଛି।

ଶ୍ୱାସରୁଦ୍ଧ ଓ ତଣ୍ଟିଚିପା ଯୋଗୁଁ ରୋହିତ ଶେଖରଙ୍କର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ଗୁରୁବାର ଦିନ ନରହତ୍ୟା ମାମଲା ରୁଜୁ କରିଥିଲା। ତଦନ୍ତ ଲାଗି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ଶନିବାର ଦିନ ଦକ୍ଷିଣ ଦିଲ୍ଲୀର ଡିଫେନ୍‌ସ୍‌ କଲୋନି ଅଞ୍ଚଳରେ ଥିବା ରୋହିତଙ୍କ ଶେଖରଙ୍କ ବାସଭବନରେ ସିବିଆଇ ଅପୂର୍ବାଙ୍କୁ ୮ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପଚରା ଉଚୁରା କରିଥିଲା।

ରୋହିତଙ୍କ ସମ୍ପତ୍ତି ଉପରେ ଅପୂର୍ବା ଏବଂ ତାଙ୍କ ପରିବାର ଲୋକଙ୍କର ନଜର ଥିଲା ବୋଲି ରବିବାର ଦିନ ରୋହିତ ଶେଖରଙ୍କର ମାଆ ଉଜ୍ଜ୍ୱଳା କହିଛନ୍ତି। ସେ କହିଛନ୍ତି: ମୋ ଦୁଇ ପୁଅ ସିଦ୍ଧାର୍ଥ ଓ ରୋହିତଙ୍କ ସମ୍ପତ୍ତିକୁ ନିୟନ୍ତ୍ରଣ କରିବାକୁ ଅପୂର୍ବାଙ୍କ ପରିବାର ଚାହୁଁଥିଲେ। କାରଣ ତାଙ୍କ ଘର ସୁପ୍ରିମ୍‌ କୋର୍ଟ ପାଖରେ ଏବଂ ଅପୂର୍ବା ସେଠାରେ ଲ’ ପ୍ରାକ୍ଟିସ୍‌ କରୁଛି।

ସୁପ୍ରିମ୍‌ କୋର୍ଟ ପରିସରରେ ଉଭୟଙ୍କର ଭେଟ ହୋଇଥିବା କଥାକୁ ଉଜ୍ଜ୍ୱଳା ଅସ୍ୱୀକାର କରି କହିଛନ୍ତି ଯେ ଉଭୟ ଏକ ମାଟ୍ରିମୋନିଆଲ୍‌ େଓ୍ଵବ୍‌ସାଇଟ୍‌ ଜରିଆରେ ୨୦୧୭ରେ ଲକ୍ଷ୍ନୌରେ ପରସ୍ପରକୁ ଭେଟିଥିଲେ।

କିଛି ବର୍ଷ ପରସ୍ପର ମଧ୍ୟରେ ସୁସମ୍ପର୍କ ରଖିବା ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ରୋହିତ ତା’ ଠାରୁ ଦୂରେଇ ଯାଇଥିଲା ଓ ତାକୁ ବିଭା ହେବାକୁ ଚାହୁଁ ନ ଥିଲା।

୨୦୧୮ରେ ଏପ୍ରିଲ୍‌ ୨ ତାରିଖରେ ସେମାନେ ମୋ ପାଖକୁ ଆସି ବିବାହ କରିବାକୁ ଚାହାଁନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର