ମହିଳା, ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଆଉ ଜଣେ ଚର୍ଚ୍ଚିତ ଭଣ୍ଡ ବାବା। ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତଥାକଥିତ ଆତ୍ମଘୋଷିତ ବାବା ଆଶୁ ମହାରାଜଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଥିବା ଦିଲ୍ଲୀର ଅତିରିକ୍ତ ପୁଲିସ କମିସନର ରାଜୀବ ରଞ୍ଜନ କହିଛନ୍ତି। ଅଭିଯୁକ୍ତ ଭଣ୍ଡବାବା ଆଶୁ ମହାରାଜଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ଶ୍ରୀ ରଞ୍ଜନ କହିଛନ୍ତି।ଏପରିକି ଏହି ଭଣ୍ଡବାବା ଆଶୁ ମହାରାଜଙ୍କ ପୁଅ ସମର ଖାଁ ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଅଟକ ରଖାଯାଇଥିବା ଜଣାଯାଇଛି।
ସୂଚନା ଯୋଗ୍ୟ ଯେ ଜଣେ ମହିଳା ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ତଥାକଥିତ ଆତ୍ମଘୋଷିତ ଭଣ୍ଡବାବା ଆଶୁ ମହାରାଜ ବାରମ୍ବାର ଦୁଷ୍କର୍ମ କରିଛନ୍ତି। କେବଳ ସେତିକି ନୁହେଁ, ୨୦୦୮ ମସିହାରୁ ୨୦୧୩ ମସିହା ମଧ୍ୟରେ ଆଶୁମହାରଜଙ୍କ ବନ୍ଧୁ, ପୁଅ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଥରେ ତାଙ୍କୁ ବାଧ୍ୟ କରି ତାଙ୍କ ନାବାଳିକା ଝିଅକୁ ଭଣ୍ଡବାବାଙ୍କ ହଜ୍‌ଖସସ୍ଥିତ ଆଶ୍ରମକୁ ନେବାକୁ କୁହାଯାଇଥିଲା। ସେ ଝିଅକୁ ନେଇ ସେଠାରେ ପହଞ୍ଚିବା ପରେ ଏହି ପାଷାଣ୍ଡମାନେ ନାବାଳିକା ଝିଅକୁ ମଧ୍ୟ ଦୁଷ୍କର୍ମ କରିଥିବା ମହିଳାଜଣକ ଅଭିଯୋଗ କରିଥିଲେ। ଏ ନେଇ ଦଫା ୩୭୬ ଓ ପୋକ୍ସୋ ଆକ୍ଟରେ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର