୨୦୦ଟଙ୍କା ନ ଫେରାଇବାରୁ ନାବାଳକକୁ ନିର୍ମମ ଭାବେ ହତ୍ୟା କଲେ ଦୁଇ ସାଙ୍ଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମାତ୍ର ୨୦୦ଟଙ୍କା ପାଇଁ ଜଣେ ନାବାଳକକୁ ହତ୍ୟା କରାଯିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମୃତକ ନିଜର ଜଣେ ବନ୍ଧୁଙ୍କଠାରୁ ୨୦୦ଟଙ୍କା ଉଧାରି ଆଣିଥିବା ବେଳେ ଆର୍ଥିକ ସମସ୍ୟା ହେତୁ ଫେରାଇ ପାରି ନଥିଲେ । ଯାହା ପାଇଁ ତାଙ୍କର ଦୁଇ ବନ୍ଧୁ ନାଇଲନ ସୂତାରେ ପୀଡ଼ିତଙ୍କ ବେକକୁ କଷି ହତ୍ୟା କରିବା ପରେ ପରିଚୟ ଲୁଚାଇବା ପାଇଁ ପଥରରେ ତାଙ୍କ ମୁହଁକୁ ଛେଚି ଦେଇଥିଲେ । ଏ ନେଇ ପୁଲିସ ଦୁଇ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରିବା ଆରମ୍ଭ କରିଛି ।

Pakistan Today

ସୂଚନା ମୁତାବକ, ବୁଧବାର ଘରୁ ଯିବା ପରେ ଆଉ ଫେରି ନଥିଲେ ପୀଡ଼ିତ । ଯାହା ପରେ ଏ ନେଇ ପରିବାର ଲୋକେ ଆନନ୍ଦ ବିହାର ପୁଲିସ ଷ୍ଟେସନରେ ତାଙ୍କର ନିଖୋଜ ନେଇ ଅଭିଯୋଗ କରିଥିଲେ । ତଦନ୍ତ ପରେ ପୀଡ଼ିତଙ୍କ ମୃତଦେହ ଅଳିଆ ଗଦାରୁ ମିଳିଥିଲା । ସେ ପିନ୍ଧିଥିବା ପୋଷାକରୁ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ । ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟଙ୍କା ଫେରାଇବା ଘଟଣାକୁ ନେଇ ପୀଡ଼ିତ ନିଜର ଦୁଇ ବନ୍ଧୁଙ୍କୁ ଭେଟିଥିବା ଜାଣି ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଯାହା ପରେ ଦୁହେଁ ନିଜର ଦୋଷ ମାନି ନେଇଥିଲେ ।

ସମ୍ବନ୍ଧିତ ଖବର