ନୂଆଦିଲ୍ଲୀ : ବୃଦ୍ଧ ଦମ୍ପତ୍ତି ଏବଂ ତାଙ୍କ ସହାୟିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ଲିଭ୍ ଇନ୍ ପାର୍ଟନରଙ୍କୁ ଗୁରୁଗ୍ରାମରୁ ଗିରଫ କରିଛି ଦିଲ୍ଲୀ ପୁଲିସ । ରବିବାର ବସନ୍ତ ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭି ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ପ୍ରୀତି ଶେରାଓ୍ଵତ(୪୨) ଏବଂ ମନୋଜ ଭଟ୍ଟ(୩୯) । ପ୍ରୀତି ବୃଦ୍ଧ ଦମ୍ପତ୍ତିଙ୍କ ଘରକୁ ପୂର୍ବରୁ ଯିବା ଆସିବା କରୁଥିବା ସାମ୍ନାକୁ ଆସିଛି ।
/sambad/media/post_attachments/wp-content/uploads/2019/06/arrest-1553980511-300x200.jpg)
ସୂଚନା ମୁତାବକ, ବିଷ୍ଣୁ ମାଥୁର, ତାଙ୍କ ପତ୍ନୀ ଶଶି ମାଥୁର ଏବଂ ସହାୟିକା ଖୁସ୍ବୁଙ୍କ ମୃତ ଦେହ ରବିବାର ସକାଳେ ତାଙ୍କ ବାସ ଭବନରେ ମିଳିଥିଲା । ବିଷ୍ଣୁଙ୍କ ଘରେ ସଫେଇ କାମ କରୁଥିବା ମହିଳା ରବିବାର ସକାଳେ ବିଷ୍ଣୁଙ୍କ ଘରେ ପହଞ୍ଚିବା ପରେ ୩ଜଣଙ୍କ ମୃତଦେହ ଦେଖି ଡ଼ରି ଯାଇଥିଲେ । ଏହା ପରେ ସକାଳ ୮ଟା ୪୦ମିନିଟ୍ରେ ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଅଭିଯୁକ୍ତ ପ୍ରୀତି ମୃତକଙ୍କୁ ଭଲ ଭାବରେ ଜାଣିଥିବାରୁ ଘର ଭିତରେ ପ୍ରବେଶ କରିବାକୁ ତାକୁ କୌଣସି ଅସୁବିଧା ହୋଇ ନଥିଲା । ଘର ଭିତରକୁ ଯାଇ ୩ଜଣଙ୍କ ଗଳା କାଟି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲା ପ୍ରୀତି ।