ନୂଆଦିଲ୍ଲୀ: ଦିଲ୍ଲୀର ବସୁନ୍ଧରା ଏନକ୍ଲେଭରେ ଗତ ଶନିବାର ପୂର୍ବତନ ଡିଏସପିଙ୍କ ଘର ସାମ୍ନାରେ ଦୁଇଭଉଣୀଙ୍କୁ ହାଏଭୋଲଟେଜ ଡ୍ରାମା କରିବା ମହଙ୍ଗା ପଡ଼ିଛି।

Advertisment

ପୂର୍ବତନ ଡିଏସପି ଅଶୋକ ଶର୍ମା ପୁଲିସରେ ଅଭିଯୋଗ କରି କହିଥିଲେ, ଭବ୍ୟା ତାଙ୍କ ଭଉଣୀ ଚାର୍ବି ଜୈନଙ୍କ ସହିତ ମିଶି ଆମ ଘର ସାମ୍ନାରେ କ୍ରମାଗତ ଭାବେ ହର୍ଣ୍ଣ ବଜାଇ ଚାଲିଥିଲେ। ଏଭଳି କରିବା ପାଇଁ ଦୁଇଭଉଣୀଙ୍କୁ ବାରଣ କରିବା ପରେ ଦୁହେଁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ।

ଏମିତି କି ଘର ନିକଟରେ ରଖାଯାଇଥିବା ଫୁଲକୁଣ୍ଡକୁ ଫିଙ୍ଗାଫୋପଡ଼ା କରିବା ସହିତ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ।

ଏହି ଘଟଣା ଶୁକ୍ରବାର ଘଟଣାଇ ଦୁଇଭଉଣୀ ଘଟଣାସ୍ଥଳରୁ ଚାଲି ଯାଇଥିବା ବେଳେ ପୁଣି ଶନିବାର ଭବ୍ୟା ଓ ଚାର୍ବି ଛୁରୀ ଧରି ଘର ଭିତରେ ପଶିବାକୁ ଉଦ୍ୟମ କରୁଥିଲେ। ଦୁଇଭଉଣୀଙ୍କୁ କାବୁ କରି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇଭଉଣୀ ଗିରଫ ହେବା ଭୟରେ ଚମ୍ପଟ ମାରି ନିଜ ଘରକୁ ଯାଇ ଭିତର ପଟରୁ ବନ୍ଦ କରି ଦେଇଥିଲେ।

ରାତିରେ ଘରୁ ବାହାରି କାରରେ ବସି ଦ୍ରୁତଗତିରେ ସୋସାଇଟିରୁ ବାହାରିବା ସମୟରେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲେ। ପୁଲିସ ଅନେକ ଚେଷ୍ଟା ପରେ ଦୁଇଭଉଣୀଙ୍କୁ କାବୁ କରି  ଥାନାକୁ ନେଇ ଯାଇ ତଦନ୍ତ ଆରମ୍ଭ କରିଛି। ଦୁଇଭଉଣୀଙ୍କ ହାଏଭୋଲଟେଜ ଡ୍ରାମାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ପୂର୍ବରୁ ବି ଦୁଇଭଉଣୀ ଏମିତି କାଣ୍ଡ ଘଟାଇଥିଲେ। ଏହି ଘଟଣାରେ ଦୁଇଭଉଣୀଙ୍କୁ ଥାନାରେ ଅଟକ ରଖି ବୁଝାଇସୁଝାଇ ଘରକୁ ପଠାଇ ଦିଆଯାଇଥିଲା।  

ଅଧିକପଢ଼ନ୍ତୁ:ଡ୍ରେସ କୋର୍ଡକୁ ବିରୋଧ କରି କ୍ୟାମ୍ପସରେ ପୋ‌ଷାକ ଖୋଲି ଦେଲେ ଛାତ୍ରୀ