ପ୍ରେମିକକୁ ଅନେକ ଥର ଫୋନ୍‌ କରିଥିଲା ପ୍ରେମିକା, ଫୋନ୍‌ ନଉଠାବାରୁ ହ୍ଵାଟସ୍‌ ଆପ୍‌ରେ ମେସେଜ ପଠାଇ ନେଲା ଏଭଳି ନିଷ୍ପତ୍ତି

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ନୋଏଡାର ସେକ୍ଟର ୨୭ରେ ବସବାସ କରୁଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ରହୁଥିବା ପିଜି ଛାତରେ ଫାଶୀ ଦେଇ ଆତ୍ମହତ୍ୟା କରି ଦେଇଛି। ପ୍ରେମିକ ସହ କଥା ନହୋଇ ପାରିବା ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ରବିବାର ରାତିରେ ସେକ୍ଟର ୨୭ର ସି-ବ୍ଲକ୍‌ସ୍ଥିତ ପିଜିରେ ରହୁଥିବା ଶ୍ୱାତି ସେନି (୨୨) ରହୁଥିବା କଠୋରି ଛାତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ମୃତ ଛାତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନ ପାଠପଢ଼ୁଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା କି ଶ୍ୱାତିର ସ୍ୱପ୍ରିଲ କୁମାର ଗୁପ୍ତା ନାମକ ଯୁବକ ସହିତ ପ୍ରେମ ସମ୍ପର୍କ ଥିଲା। ଦୁହିଁଙ୍କ ବନ୍ଧୁତା ଫେସ୍‌ବୁକ୍‌ ଜରିଆରେ ଆରମ୍ଭ ହୋଇଥିଲା। ସ୍ୱପ୍ରିଲ କୁମାର ଗୁପ୍ତା ଗଲଗୋଟିଆ ବିଶ୍ୱବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ଛାତ୍ର ଥିବା ଜଣାପଡ଼ିଛି। ଗତ ରାତିରେ ଶ୍ୱାତି ପ୍ରେମିକ ସ୍ୱପ୍ରିଲକୁ ଅନେକ ଥର ଫୋନ୍‌ କରିଥିଲା। କିନ୍ତୁ ସେ ଫୋନ୍‌ ଉଠାଇ ନଥିଲା। ଫଳରେ ଶ୍ୱାତି ଭାଙ୍ଗି ପଡ଼ି ହ୍ଵାଟସ୍‌ ଆପ୍‌ରେ ମେସେଜ ପଠାଇ ଆତ୍ମହତ୍ୟା କରି ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ୱାତି ମୃତଦେହକୁ ଜବତ କରି, ସ୍ୱପ୍ରିଲକୁ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର