ନୂଆଦିଲ୍ଳୀ: ଦିଲ୍ଳୀଠାରେ ଥିବା ଆମେରିକୀୟ ଦୂତବାସରେ ଏକ ଅଘଟଣ ଘଟିଯାଇଛି। ଆମେରିକୀୟ ଦୂତବାସର ଗାଡ଼ି ଚାଳକ ଜଣେ ୫ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିିଥିବା ଅଭିଯୋଗ ହୋଇଛି। ଚାଳକ ଜଣକ ଦୂତବାସ ଭିତରେ ନାବାଳିକା ସହ ଏପରି କରିଥିବା ଅଭିଯୋଗ ହୋଇଛି।
କୁନି ଝିଅଟି ସେଠାରେ ଥିବା ହାଉସ୍ କିପିଙ୍ଗ୍ କର୍ମଚାରୀଙ୍କ ଝିଅ ବୋଲି ଜାଣିବାକୁ ମିଳିଛି। ଉଭୟ ଗାଡ଼ି ଚାଳକ ଓ ପୀଡ଼ିତା କୁନି ଝିଅର ପରିବାର ରାଜଧାନୀ ଦିଲ୍ଲୀରେ ଥିବା ଆମେରିକୀୟ ଦୂତବାସରେ ରହୁଛନ୍ତି।
ଶନିବାର ସକାଳ ସମୟରେ କୁନି ଝିଅଟିକୁ ଫୁସିଲେଇ ନେଇ୨୫ ବର୍ଷିଅ ଗାଡ଼ି ଚାଳକ ତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶନିବାର ଘଟିଥିବା ବେଳେ ରବିବାର ଦିନ ନାବାଳିକାର ଘର ଲୋକ ଘଟଣା ସଂପର୍କରେ ଜାଣିପାରି ଚାଣକ୍ୟପୁରି ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ ଆଣିଥିଲେ। ପୁଲିସ୍ ଆଇପିସିର ଧାରା ୩୭୬ ଏବଂ ପୋକ୍ସ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି।
ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତକୁ ଗିରଫ କରାଯିବା ପରେ ଜେଲ୍ ପଠାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।