ନୂଆଦିଲ୍ଲୀ: ଗୁଲାବି ବାଗ୍ ଅଞ୍ଚଳରେ ଜଣେ ୫୫ବର୍ଷୀୟା ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯିବାର ମାମଲା ସାମ୍ନାକୁ ଆସିଛି। ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ନେଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଲା ଅଭିଯୁକ୍ତର ବୟସ ମାତ୍ର ୨୨ବର୍ଷ। ଏତେ କମ ବୟସରୁ ହୋଇ ନିଜ ମା’ ବୟସର ମହିଳାଙ୍କ ସହ ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଶୁକ୍ରବାର ଘଟିଥିବା ବେଳେ ପୁଲିସ ଶନିବାର ପୀଡ଼ିତାଙ୍କ ମୃତଦେହଙ୍କୁ ତାଙ୍କ ଘରୁ ଉଦ୍ଧାର କରିଥିଲା।
ସୂଚନା ମୁତାବକ, ଗୁଲାବି ବାଗ୍ ପୁଲିସ ଷ୍ଟେସନ ଅଧିନରେ ଆସୁଥିବା କିଶନଗଞ୍ଜରେ ରହୁଥିଲା ଅଭିଯୁକ୍ତ ଧର୍ମରାଜ। ଗିରଫ ହେବା ପରେ ଅଭିଯୁକ୍ତ ନିଜର ଦୋଷ ମାନିନେବା ସହ କିଭଳି ସେ ଏତେ ବଡ଼ ଅପରାଧ କରିଥିଲା, ତାହା ପୁଲିସକୁ ଜଣାଇଛି। ପୁଲିସର ସୂଚନା ମୁତାବକ, ଅଭିଯୁକ୍ତ ଶୁକ୍ରବାର ମଧ୍ୟରାତ୍ରରେ ପୀଡ଼ିତାଙ୍କ ଘରର କବାଟ ଭାଙ୍ଗି ପଶିବା ସହ ଦୁଷ୍କର୍ମ ଭଳି ଅପରାଧ କରିଥିଲେ। ରାଗରେ ପୀଡ଼ିତା ଧର୍ମରାଜର ମୁହଁକୁ ଛେପ ପକାଇବାରୁ ଅଭିଯୁକ୍ତ ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିଥିଲା। ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଘର ପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଧର୍ମରାଜକୁ ଗିରଫ କରିଥିଲା।