ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଏକ ହାଇପ୍ରୋଫାଇଲ୍‌ ପରିବାରର ଜଣେ ବିବାହିତା ମହିଳା ନିଜ ଆତ୍ମହତ୍ୟାକୁ ନେଇ ମିଛ କାହାଣୀ ରଚିଛନ୍ତି। ଯାହା ଉପରୁ ମଙ୍ଗଳବାର ପରଦା ଉଠିଛି। ଏହି ମହିଳା ନିଜ କାରକୁ ଗାଜିଆବାଦର ହିଡନ୍‌ ବ୍ୟାରେଜ ନିକଟରେ ଛିଡା କରି ସେଥିରେ ସୁସାଇଡ ନୋଟ ଛାଡ଼ି ଫେରାର ହୋଇଯାଇଥିଲେ ବୋଲି ଜଣାପଡ଼ିଥିଲା।

Advertisment

ସୂଚନାଯୋଗ୍ୟ, ଆତ୍ମହତ୍ୟାର ମିଛ କାହାଣୀ ରଚିଥିବା କୋମଲ ଗାଜିଆବାଦର ପୋଲ ଉପରେ ଗାଡ଼ି ଛିଡା କରିଥିଲେ। ପରେ ଖବର ଉଠିଥିଲା ସେ ନଦୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି। ତିନିଦିନ ହେବ ଉଦ୍ଧାରକାରୀ ଟିମ୍‌ ନଦୀରେ ମହିଳାଙ୍କ ମୃତଦେହ ଖୋଜି ଥିଲେ। କିନ୍ତୁ ମହିଳାଙ୍କ କୌଣସି ସୁରାକ୍  ପାଇ ନଥିଲେ।

publive-image

ଶନିବାର ସକାଳ ୧୧ଟା ସମୟରେ ପୁଲିସକୁ ହିଡନ ବ୍ୟାରେଜ ନିକଟରେ ଏକ ସ୍କର୍ପିଓଗାଡ଼ି ଛିଡା ହୋଇଥିବା ସୂଚନା ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଛିଡା ହୋଇଥିବା ଦେଖିବାକୁ ପାଇଲା। ଗାଡ଼ିରେ କେହି ହେଲେ ନଥିଲେ, କିନ୍ତୁ ଗାଡ଼ି ଭିତରେ ପୁଲିସ ଏକ କାଗଜ ପାଇଥିଲା। ଯେଉଁଥିରେ ସୁଇସାଇଡ୍‌ ନୋଟ ଲେଖାଥିଲା।

ସୁସାଇଡ ନୋଟରେ ଲେଖା ଥିବା ମହିଳାଙ୍କ ନାମ କୋମଲ ତାଲାନ ଥିଲା। ତାଙ୍କ ପିତା ଭାରତୀୟ କିସାନ୍‌ ୟୁନିୟନ୍‌ର ଜଣେ ରାଷ୍ଟ୍ରୀୟ ସଚିବ ଅଟନ୍ତି। ତାଙ୍କ ପରିବାର ଗ୍ରେଟର ନୋଏଡାରେ ରହନ୍ତି। ଅନିଲ ତାଲାନଙ୍କ ଅଭିଯୋଗ ଥିଲା କି ସେ ଗତବର୍ଷ ଝିଅ କୋମଲର ବିବାହ ଦିଲ୍ଲୀ ପାଣ୍ଡବ ନଗରରେ ବସବାସ କରୁଥିବା ଅଭିଶେକଙ୍କ ସହିତ କରିଥିଲେ। ବିବାହରେ ପାଖାପାଖି ଦେଢ଼କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ସତ୍ତ୍ୱେ ବି ଝିଅର ଶଶୁରଘର ଲୋକ ତାକୁ ହଇରାଣ କରି ଆସୁଥିଲେ। ଅଭିଶେକଙ୍କ ପିତା ଦିଲ୍ଲୀ ପୁଲିସରେ ଅଛନ୍ତି।

publive-image

କୋମଲ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲେ। ଶଶୁର ଘର ଲୋକ ପାଣ୍ଡବ ନଗର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଶନିବାର ସକାଳେ କୋମଲଙ୍କ ଗାଡ଼ି ହିଡନ୍‌ ବ୍ୟାରେଜ ନିକଟରୁ ମିଳିଥିଲା, ଯେଉଁଥିରେ କୋମଲଙ୍କ ସୁସାଇଡ୍‌ ନୋଟ ମିଳିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, କୋମଲଙ୍କୁ ତାଙ୍କ ଶାଶୁଘର ଲୋକ ହଇରାଣ ହରକତ କରୁଥିବା ନେଇ ସେଥିରେ ଲେଖାଥିଲା। ପରେ ବେଙ୍ଗାଲୁରୁରେ କୋମଲ ଜୀବତ ଥିବା ପୁଲିସ ଜାଣିବାକୁ ପାଇଥିଲା।

ପୁଲିସ କୋମଲଙ୍କ ଗାଡ଼ିରୁ ଜବତ କରିଥିବା ଆତ୍ମହତ୍ୟା ନୋଟ୍‌ରେ ଲେଖାଥିଲା କି, ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। କୋମଲ ଏଭଳି ପଦକ୍ଷେପ ଏଥିପାଇଁ ଉଠାଇବାର କାରଣ ହେଉଛି ସେ ତାଙ୍କ ସ୍ୱାମୀଙ୍କୁ ନେଇ ଅସନ୍ତୋଷ ଥିଲେ। ଏଥିପାଇଁ ଆତ୍ମହତ୍ୟାର ମିଛ କାହାଣୀ ରଚି ସ୍ୱାମୀଙ୍କ ଉପରେ ଦୋଷ ଲଦିବାକୁ ଚାହୁଁଥିଲେ।