ଦରମା ମାଗିବାରୁ ୧୬ବର୍ଷୀୟା ଗୃହ ସହାୟିକାଙ୍କୁ ହତ୍ୟା କରିବା ସହ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲା ଘରର ମାଲିକାଣୀ, ୬ମାସ ପରେ ଏଭଳି ଭାବରେ ଗିରଫ କଲା ପୁଲିସ

0

ନୂଆଦିଲ୍ଲୀ: ଏବେ ମଧ୍ୟ ଦେଶରେ ଏମିତି ପରିବାର ରହିଛି । ଯେଉଁଠି ନିଜ ଘର ଚଳାଇବା ପାଇଁ ମାତା-ପିତାମାନେ ନାବଳିକା ପିଲମାନଙ୍କୁ ଅନ୍ୟ ଘରକୁ କାମ କରିବା ପାଇଁ ପଠାଉଛନ୍ତି । ପରିସ୍ଥିତି ଏବଂ ଆର୍ଥିକ ଅନଟନରେ ବୁଡ଼ି ରହି ମାତା-ପିତାମାନେ ଏପରି କରିବା ପାଇଁ ବାଧ୍ୟ ହେଉଛନ୍ତି । କିନ୍ତୁ ଦିଲ୍ଲୀରେ ଯେଉଁ ଘଟଣା ଘଟିଛି । ସେ ଘଟଣା ପରଠାରୁ ବୋଧ ହୁଏ କେହି ବି ନିଜ ପିଲାମାନଙ୍କୁ ଅନ୍ୟ ଘରକୁ କାମ କରିବା ପାଇଁ ପଠାଇବେ ନାହିଁ । ଦିଲ୍ଲୀରେ ରହୁଥିବା ଜଣେ ମହିଳା ୧୬ବର୍ଷୀୟା ନାବାଳିକାକୁ ନିଜ ଘରେ ଗୃହ ସହାୟିକା ଭାବରେ ରଖିଥିଲେ । କିନ୍ତୁ ନାବଳିକା ଜଣଙ୍କ ନିଜ ପାରିଶ୍ରମିକ ମାଗିବା ପରେ ମହିଳା ଜଣଙ୍କ ତାଙ୍କୁ ଯେଉଁ ପାରିଶ୍ରମିକ ଦେଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାରିଶ୍ରମିକ ଦେବା ପରିବର୍ତ୍ତେ ମହିଳା ନିଜର କିଛି ସାଥୀମାନଙ୍କ ସହ ମିଶି ନାବାଳିକାକୁ ହତ୍ୟା କରିବା ସହ ଶରୀରକୁ ଖଣ୍ଡ ଖଣ୍ଡ କରି ନାଳିରେ ଫିଙ୍ଗି ଦେଇଥିଲେ । ଏହି ଘଟଣାକୁ ୬ମାସ ପୁରି ଯାଇଥିବା ବେଳେ ୬ମାସ ପରେ ଅଭିଯୁକ୍ତ ମହିଳାକୁ ହରିୟାଣାରୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ମହିଳାଙ୍କ ନାମ ଗୌରୀ ବୋଲି ଜଣା ପଡ଼ିଛି ।

Chicago Sun-Times

ସୂଚନା ମୁତାବକ, ପଶ୍ଚିମବଙ୍ଗରେ ଜନ୍ମ ହୋଇଥିବା ଗୌରୀ ଦିଲ୍ଲୀରେ ଏକ ପ୍ଲେସ୍‌ମେଣ୍ଟ ଏଜେନ୍ସି ଚଳାଉଥିଲେ । ଘର କାମ ପାଇଁ କେହି ନଥିବାରୁ ସେ ଝାଡ଼ଖଣ୍ଡରୁ ଜନୈକା ନାବାଳିକାକୁ ଡ଼କାଇ ନିଜ ଘରର କାମ ଦେଇଥିଲେ । କିନ୍ତୁ କାମ କରିବାର କିଛି ମାସ ବିତିବା ପରେ ମଧ୍ୟ ନାବାଳିକାଙ୍କୁ ପାରିଶ୍ରମିକ ଦେଉ ନଥିଲେ ଗୌରୀ । ଯାହା ପାଇଁ ମେ ୪ତାରିଖରେ ମୁହଁ ଖୋଲି ଟଙ୍କା ମାଗିବାର ସାହାସ କରିଥିଲେ ମୃତା ନାବାଳିକା । କିନ୍ତୁ ତାକୁ ପାରିଶ୍ରମିକ ମିଳିବା ପରିବର୍ତ୍ତେ ମିଳିଥିଲା ଛୁରିର ଚୋଟ । ହତ୍ୟା ପରେ ଗୌରୀ ନିଜ ନାଁ ବଦଳାଇ ହରିୟାଣାରେ ରହୁଥିବା କର୍‌ତାର ସିଂଙ୍କୁ ବିବାହ କରି ନେଇଥିଲେ । ଯାହା ପାଇଁ ଗୌରୀକୁ ଗିରଫ କରିବା ପାଇଁ ପୁଲିସକୁ ୬ମାସ ସମୟ ଲାଗିଥିଲା । ଅନେକ ତଦନ୍ତ ପରେ ପୁଲିସକୁ ଗୌରୀର ପତ୍ତା ନ ମିଳିବାରୁ ୫୦ହଜାର ଟଙ୍କା ଉପହାର ଘୋଷଣା କରିଥିଲା ପୁଲିସ । କିଛି ଦିନ ପରେ ଗୌରୀ ହରିୟାଣାରେ ଘର ସଂସାର କରି ରହୁଥିବା ବେଳେ ସେଠାରେ ପହଞ୍ଚି ଗୌରୀକୁ ଗିରଫ କରିଥିଲା ପୁଲିସ । ଗୌରୀ ଗିରଫ ହେବା ପରେ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର